ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏସଏଚ୍‌ଜି ମହିଳା

ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏସଏଚ୍‌ଜି ମହିଳା

ପାଣିକୋଇଲି: ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ଏସଏଚଜି ମହିଳାଙ୍କ ଠାରୁ ଟଙ୍କା ଲୁଟ୍‌ ଘଟଣାରେ ଲୁଟେରାଙ୍କ ପତ୍ତା ନମିବାରୁ ଆଜି ଏସଏଚଜି ମହିଳାମାନେ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅଭିଯୋଗ କରିଛନ୍ତି। ଗତ ଫେବ୍ରୁଆରି ୨୧ ତାରିଖରେ ବର୍ତ୍ତଣ୍ଡା ଗ୍ରାମର ଲକ୍ଷ୍ମୀନାରାୟଣ ଏସଏଚଜି ସଭାନେତ୍ରୀ ସଂଯୁକ୍ତା ନାୟକ, ସମ୍ପାଦିକା ତିଳୋତ୍ତମା ପଲେଇ ଏବଂ ଶ୍ରୀକୃଷ୍ଣା ଏସ‌ଏଚଜି ସଦସ୍ୟା ସୁପ୍ରିୟା ସାହୁ ଓ ତାଙ୍କ ଶାଶୂ ହାତିବାରୀସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ଟଙ୍କା ନେଇ ଏକ କାର୍‌ରେ ବର୍ତ୍ତଣ୍ଡା ଫେରୁଥିଲେ।

ବାହାବଳପୁର-ବର୍ତ୍ତଣ୍ଡା ରାସ୍ତାର ପୋଲିଆ ପାଖରେ ଦୁଇ ଅଜଣା ଯୁବକ ବାଇକ୍‌ରେ ଆସି ସେମାନଙ୍କୁ ବନ୍ଧୁକ ଦେଖାଇବା ସହ ସୁପ୍ରିୟାଙ୍କ କୁନିପୁଅ ଓ ଶାଶୂଙ୍କୁ କଟୁରିରେ ଆକ୍ରମଣ କରିଥିଲେ। ସଂଯୁକ୍ତାଙ୍କ ପାଖରୁ ୫ଲକ୍ଷର ଋଣ ଟଙ୍କା ନେଇ ପଳାଇଥିଲେ। ଏନେଇ ମହିଳାମାନେ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ। ୨୦ ଦିନ ବିତିଯାଇଥିଲେ ସୁଦ୍ଧା ସୁକିନ୍ଦା ପୁଲିସ ଦୁର୍ବୃତ୍ତଙ୍କୁ ଠାବ କରିପାରିନାହିଁ। ଫଳରେ ଆଜି ଏସଏଚଜି ମହିଳାମାନେ ପାଣିକୋଇଲିସ୍ଥିତ ପୁଲିସ ମୁଖ୍ୟାଳୟରେ ଏଏସ୍‌ପି ନାରାୟଣ ବାରିକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe