ଓଡ଼ିଶା ଇନ୍‌ଫ୍ରାଟେକ୍‌ରୁ ଇସ୍ତଫା ଦେଲେ ସିନିୟର ଲ୍ୟାଣ୍ଡ ଏକଜିକ୍ୟୁଟର ଶିବ ପ୍ରସାଦ ଶ୍ରୀଚନ୍ଦନ

Advertisment
ଓଡ଼ିଶା ଇନ୍‌ଫ୍ରାଟେକ୍‌ରୁ ଇସ୍ତଫା ଦେଲେ ସିନିୟର ଲ୍ୟାଣ୍ଡ ଏକଜିକ୍ୟୁଟର ଶିବ ପ୍ରସାଦ ଶ୍ରୀଚନ୍ଦନ

ଭୁବନେଶ୍ୱର: ଓଡ଼ିଶା ଇନ୍‌ଫ୍ରୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡର ସିନିୟର ଲ୍ୟାଣ୍ଡ ଏକଜିକ୍ୟୁଟର ଶିବ ପ୍ରସାଦ ଶ୍ରୀଚନ୍ଦନ ଇସ୍ତଫା ଦେଇଛନ୍ତି। ଚାକିରିରୁ ଇସ୍ତଫା ଦେବା ପରେ ଶିବ ପ୍ରସାଦ କହିଛନ୍ତି, କୌଣସି ଦୁର୍ନୀତି ନ କରି ଜେଲରେ ରହିବା ମୋତେ ବ୍ୟଥିତ କରିଛି। ତେଣୁ କଂପାନିରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଇସ୍ତଫା ଦେଇଥିଲେ। ଶ୍ରୀ ଷଡ଼ଙ୍ଗୀ ଉଭୟ ସିଏଫ୍‌ଓ ଏବଂ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ବହୁଚର୍ଚ୍ଚିତ ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ମନୋରଂଜନ ଷଡ଼ଙ୍ଗୀ।

ଆଜି ସାରୁଅର ଠିକା ଶ୍ରମିକ ସଂଘର କର୍ମଚାରୀମାନେ ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣ ଦେଇଥିଲେ। ସେମାନଙ୍କର ଦାବି ଥିଲା ଯେ, କଂପାନିରେ ସ୍ଥାୟୀ ନିଯୁକ୍ତି। କର୍ମଚାରୀମାନେ ସରକାରଙ୍କ ସବୁ ନୀତନିୟମ ଅନୁଯାୟୀ ଦରମା, ଇଏସ୍‌ଆଇ, ଇପିଏଫ ଓ ବୀମାରେ ସାମିଲ କରିବା ଆଦି ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe