ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଚଳଚଂଚଳ, ଆଜି ରାତିରେ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ଉତ୍ସବ

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଚଳଚଂଚଳ, ଆଜି ରାତିରେ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ଉତ୍ସବ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଚଳଚଂଚଳ ହୋଇ ଉଠିଛି । ଆଜି ରାତିରେ ସମ୍ପୂର୍ଣ୍ଣ ଲୋକାଚାରରେ ଜଗଜ୍ଜନନୀ ମା’ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ପାରମ୍ପରିକ ବିବାହ ନୀତି ଅନୁସାରେ ଦେବ ବିବାହ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି ।

ଆଜି ମଧ୍ୟରାତ୍ରିରୁ ମହାଦେବଙ୍କ ବରଯାତ୍ରା ଆରମ୍ଭ ହେବ ଏବଂ ଭୋରରେ ଥିବା ବିବାହ ଲଗ୍ନରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ଗତକାଲି ରାତିରେ ଝାଡୁଆପଡା ଓ ମୁଦିପଡା ହନୁମାନ ମହାପ୍ରଭୁ ନିମନ୍ତ୍ରଣ ନେଇ ବିଧି ଅନୁସାରେ ସମସ୍ତ ମନ୍ଦିରରେ ନିମନ୍ତ୍ରଣ ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ନଡିଆ, ପଇତା, ଗୁଆ ଓ ମିଠେଇ ଦେଇ ନିଉତା ବା ନିମନ୍ତ୍ରଣ ଦିଆଯାଇଥିଲା । ରାତି ୯ଟାରେ ପ୍ରଥମେ ମହାଦେବଙ୍କ ପିତା ପୂଜା କରିଥିଲେ ଏବଂ ପରେ ନିମନ୍ତ୍ରଣ କରିଥିଲେ । ଶଙ୍ଖ ଧ୍ୱନୀରେ ସହର କମ୍ପୁଥିବା ବେଳେ ରାତି ଦେବ ନିମନ୍ତ୍ରଣରେ ପ୍ରବଳ ଦର୍ଶକଙ୍କ ଭିଡ ଜମିଥିଲା ।

publive-image

ଅନ୍ୟପକ୍ଷରେ, ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ସମ୍ପନ୍ନ କରିବା ପାଇଁ ସମ୍ବଲପୁର ପୁଲିସ-ପ୍ରଶାସନ ବେଶ୍ ପ୍ରୟାସ ଚଳାଇଛି। ଟାଉନ ଥାନା ପରିସରରେ ଏକ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଂଜାଯାଉଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ପୁଲିସ ବେଶ ତତ୍ପର ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe