ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା

Advertisment

ଶିମିଳିପାଳ ଅଭୟାରଣ୍ୟକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ୪୫ ବର୍ଷର ଉଦ୍ୟମ ପରେ ଆଜି ଓଡ଼ିଶାର ଏହି ସର୍ବବୃହତ୍‌ ଜଙ୍ଗଲକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ କରିଛନ୍ତି ସରକାର। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ....

ଶିମିଳିପାଳ ଅଭୟାରଣ୍ୟକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ୪୫ ବର୍ଷର ଉଦ୍ୟମ ପରେ ଆଜି ଓଡ଼ିଶାର ଏହି ସର୍ବବୃହତ୍‌ ଜଙ୍ଗଲକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ କରିଛନ୍ତି ସରକାର। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ....

fhfshshf

ଭୁବନେଶ୍ୱର/ବାରିପଦା/ଯଶିପୁର: ଶିମିଳିପାଳ ଅଭୟାରଣ୍ୟକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ୪୫ ବର୍ଷର ଉଦ୍ୟମ ପରେ ଆଜି ଓଡ଼ିଶାର ଏହି ସର୍ବବୃହତ୍‌ ଜଙ୍ଗଲକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ କରିଛନ୍ତି ସରକାର। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ଉଦ୍ୟମକ୍ରମେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଭିତରକନିକା ପରେ ଓଡ଼ିଶାର ଦ୍ବିତୀୟ ତଥା ଭାରତର ୧୦୭ତମ ଜାତୀୟ ଉଦ୍ୟାନ ରୂପେ ଶିମିଳିପାଳ ମାନ୍ୟତାପ୍ରାପ୍ତ ହୋଇଛି। ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ କରିବାକୁ ୧୯୮୦ରେ ପ୍ରଥମେ ପ୍ରସ୍ତାବ ଆଗତ ହୋଇଥିଲା। 

ମାତ୍ର ବିଭିନ୍ନ କାରଣ ପାଇଁ ମଞ୍ଜୁରିରେ ବିଳମ୍ବ ହୋଇଥିଲା। ୮୪୫.୭୦ ବର୍ଗ କିମି ବିଶିଷ୍ଟ ରାଜ୍ୟର ଏହି ସର୍ବବୃହତ୍ ଜାତୀୟ ଉଦ୍ୟାନର ଅଦ୍ୱିତୀୟ ଜୈବ ବିବିଧତା, ସମୃଦ୍ଧ ଆଦିବାସୀ ପରମ୍ପରା ଓ ପରିବେଶଗତ ମୂଲ୍ୟବୋଧ ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଛି। ଏହି ନିଷ୍ପତ୍ତି ଓଡ଼ିଶାକୁ ଜାତୀୟ ମାନଚିତ୍ରରେ ସ୍ୱତନ୍ତ୍ର ଭାବେ ସ୍ଥାନିତ କରିଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବନ୍ୟଜନ୍ତୁ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ, ୟୁନେସ୍କୋ ସଂରକ୍ଷିତ ଜୈବମଣ୍ଡଳ, ହାତୀ ଅଭୟାରଣ୍ୟ ଆଦି ଶିମିଳିପାଳର ବହୁସ୍ତରୀୟ ଜୈବ ବିବିଧତାର ଗୁରୁତ୍ୱକୁ ପ୍ରତିପାଦିତ କରୁଛି। ଶିମିଳିପାଳ ଜୈବ ବିବିଧତାରେ ପରିପୂର୍ଣ ଭାରତର ଅନ୍ୟତମ ଅନନ୍ୟ ପରିବେଶ। ଏହା ୪୦ଟି ଜଙ୍ଗଲୀ ବାଘ ସମେତ ବିରଳ କଳା ବାଘଙ୍କ ପାଇଁ ବିଶ୍ୱର ଏକମାତ୍ର ବାସସ୍ଥାନ। ଓଡ଼ିଶାର ମୋଟ ହାତୀର ୨୫% ଏଠାରେ ରହିଛନ୍ତି। ୧୦୪ ପ୍ରଜାତିର ଅର୍କିଡ୍, ୩୬୦ରୁ ଅଧିକ ପ୍ରଜାତିର ପକ୍ଷୀ, ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀ ଯଥା ଚିତାବାଘ, ସମ୍ବର, କୁମ୍ଭୀର ଆଦିଙ୍କ ଆଶ୍ରୟସ୍ଥଳ ପାଲଟିଛି। ଉତ୍ତର ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀର ପ୍ରମୁଖ ଅବବାହିକା ହେଉଛି ଶିମିଳିପାଳ।

ଶାଳ, ଆର୍ଦ୍ର ପର୍ଣ୍ଣମୋଚି ଓ ଅର୍ଦ୍ଧ-ଚିରହରିତ୍ ପ୍ରକାରର ବୃକ୍ଷର ମିଶ୍ରଣ ହେଉଛି ଶିମିଳିପାଳ ଜଙ୍ଗଲ, ଯାହାକି ଉଦ୍ଭିଦ, ଜୀବଜନ୍ତୁ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ସମୃଦ୍ଧ ବାସସ୍ଥାନ ସୃଷ୍ଟି କରିଛି। ଏହି ଜାତୀୟ ଉଦ୍ୟାନ ଓ ଆଖପାଖ ଜୈବ ବିବିଧତାକୁ ସୁରକ୍ଷିତ ରଖିବାକୁ ଜଙ୍ଗଲ ବିଭାଗ ‘ଗ୍ରେଟର୍‌ ଶିମିଳିପାଳ ଲ୍ୟାଣ୍ଡସ୍କେପ୍’ କାର୍ଯ୍ୟକାରୀ କରୁଛି। ଯେଉଁଥିରେ ଏଆଇ କ୍ୟାମେରା, ଟ୍ରେଲ୍ ଗାର୍ଡ କ୍ୟାମେରା ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳରେ ନଜର ରଖିବାକୁ ଭି-ସାଟ୍ ଯୋଗାଯୋଗ ନେଟ୍‌ୱାର୍କ ଓ ବିଶେଷ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ, ପୂର୍ବତନ ସୈନିକଙ୍କୁ ନେଇ ଏକ କମ୍ପାନି ସୁରକ୍ଷା ବଳ ନିୟୋଜିତ ଅଛନ୍ତି। ବାଘ ବଂଶ ପୁନରୁଦ୍ଧାର କରିବାକୁ ମହାରାଷ୍ଟ୍ରର ତାଡ଼ୋବା ଅନ୍ଧେରୀ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟରୁ ଦୁଇଟି ବାଘୁଣୀ ଆସିଛି ଏବଂ ସେମାନେ ସଫଳତାର ସହିତ ଶିମିଳିପାଳରେ ପରିବେଶ ସହ ଖାପ ଖୁଆଇଛନ୍ତି। ୨୦୩୬ ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟାକୁ ଶହେରେ ପହଞ୍ଚାଇବାକୁ ରୂପରେଖ ପ୍ରସ୍ତୁତ ହେଉଛି।

ଇତିମଧ୍ୟରେ ରାଜ୍ୟ ସରକାର ‘ଆମ ଶିମିଳିପାଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ଜୀବିକା ବୃଦ୍ଧି ଓ ସ୍ଥାନୀୟ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ଦକ୍ଷତା ତାଲିମ, ପରିବେଶ-ଅନୁକୂଳ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନର ପ୍ରଚାରପ୍ରସାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସମ୍ବଳର ଉପଲବ୍ଧତା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତୀକରଣ ନିମନ୍ତେ ଏକ ସମନ୍ୱିତ କାର୍ଯ୍ୟ କରିବ। ଶହ ଶହ ବର୍ଷ ଧରି ବିରହୋର, ପାହାଡ଼ି ଖଡ଼ିଆ, ଉଜିଆ, ସାନ୍ତାଳ, ମାଙ୍କିଡ଼ିଆ ପରି ଜନଜାତି ସମ୍ପ୍ରଦାୟ ଶିମିଳିପାଳରେ ପରିବେଶ ସମ୍ବନ୍ଧୀୟ ଜ୍ଞାନ ଓ ସାଂସ୍କୃତିକ ଐତିହ୍ୟକୁ ଧାରଣ କରି ରହିଛନ୍ତି। ଶିମିଳିପାଳକୁ ଜାତୀୟ ଉଦ୍ୟାନ ଘୋଷଣା କେବଳ ଏକ ଜୈବ ବିବିଧତାର ସଂରକ୍ଷଣ ପାଇଁ ନୁହେଁ; ବରଂ ଏହା ପ୍ରକୃତି ସହ ସହାବସ୍ଥାନ, ଜୈବିକ ସ୍ଥାୟିତ୍ୱ ଓ ଭବିଷ୍ୟମୁଖୀ ଶାସନର ଏକ ପ୍ରତିଫଳନ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe