ମାଲେସିଆ ଜାହାଜ ଚିଲିକା ପାଇଁ ବିପଦ: ଜଙ୍ଗଲ ଓ ପରିବେଶ ସଚିବ

ମାଲେସିଆ ଜାହାଜ ଚିଲିକା ପାଇଁ ବିପଦ: ଜଙ୍ଗଲ ଓ ପରିବେଶ ସଚିବ

ପୁରୀ: ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର | ଜାହାଜ ଯୋଗୁଁ ଚିଲିକା ପାଇଁ ବିପଦ ରହିଛି ବୋଲି ସଚିବ କହିଛନ୍ତି | ତେଲ ଲିକ ହେଲେ ଚିଲିକା ପାଇଁ ବିପଦ ସୃଷ୍ଟି ହେବ ତେଣୁ ଜାହାଜକୁ ଖୁବ ଶୀଘ୍ର ସ୍ଥାନାନ୍ତରଣ କରାଯିବ ବୋଲି ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି | ଜାହାଜ ତେଲ ଟାଙ୍କିରେ ୩୦ ହଜାର ଲିଟର ଡିଜେଲଥିବାରୁ ତେଲ ଲିକ୍‌ ଆଶଙ୍କା ଥିବା ଚିଠି ଲେଖିଥିଲା କୋଷ୍ଟଗାର୍ଡ | ଏଠାରେ ସୂଚନା ଥାଉ କି ଓଡ଼ିଶା ଉପକୂଳରେ ଗତ ୯ ତାରିଖରେ ଦିଗହରା ହୋଇ ଏକ ମାଲବାହୀ ଜାହାଜ ଚିଲିକାରେ ଅଟକିଛି।

publive-image

ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର ରାଜହଂସ ନିକଟରେ ଅଟକିଥିଲା। ଜାହାଜରେ ମାଲେସିଆର ୭ ଜଣ ନାଗରିକ ଓ ଜଣେ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ଏକ ସପ୍ତାହ ହେବ ଅଟକି ରହିଥିବା ଜାହାଜର ଟାଙ୍କିରୁ ଡିଜେଲ ଲିକ୍‌ ହେଲେ ଚିଲିକା ପ୍ରତି ଘୋର ବିପଦ ସୃଷ୍ଟି ହେବ।

ଚିଲିକା ଜଳରାଶିରେ ଥିବା ପ୍ରାଣୀଜଗତ, ଜୈବବିବିଧତା, ଡଲଫିନ, ସରୀସୃପ ଆଦି ସଂପଦକୁ କ୍ଷତି ପହଞ୍ଚାଇବ। ତେବେ ଚିଲିକା ଉନ୍ନୟନ କର୍ତୃପକ୍ଷ କହିଛନ୍ତି ଯେ ଜାହାଜରୁ ତେଲ ଲିକ୍‌ ହେବା ସମ୍ଭାବନା କମ୍ ରହିଛି | ଏସଓପି ଅନୁସାରେ କାମ ଚାଲିଛି ଓ ଘଟଣା ଉପରେ ଜିଲ୍ଲାପାଳ ନଜର ରଖିଛନ୍ତି ବୋଲି ଚିଲିକା ଉନ୍ନୟନ କର୍ତୃପକ୍ଷ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe