Shipwreck found in the sea: ସମୁଦ୍ରରେ ଦେଖାଗଲା ଜାହାଜର ଭଗ୍ନାଂଶ: ବ୍ରିଟିସ୍‌ ଶାସନ ସମୟରେ ବୁଡ଼ିଥିବା ସନ୍ଦେହ

Advertisment

ବଙ୍ଗୋପସାଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି। ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଅଶାନ୍ତ ସମୁଦ୍ରରେ ଆଜି ସକାଳେ କୂଳରୁ ଅଳ୍ପଦୂରରେ ଏହି ଭଗ୍ନାଂଶ ଦେଖାଯାଇଛି।

ବଙ୍ଗୋପସାଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି। ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଅଶାନ୍ତ ସମୁଦ୍ରରେ ଆଜି ସକାଳେ କୂଳରୁ ଅଳ୍ପଦୂରରେ ଏହି ଭଗ୍ନାଂଶ ଦେଖାଯାଇଛି।

fhhfsfhxbv

ରାଜନଗର: ବଙ୍ଗୋପସାଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି। ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଅଶାନ୍ତ ସମୁଦ୍ରରେ ଆଜି ସକାଳେ କୂଳରୁ ଅଳ୍ପଦୂରରେ ଏହି ଭଗ୍ନାଂଶ ଦେଖାଯାଇଛି। ଏହି ଜାହାଜ ଇଂରେଜ ସମୟରେ ବୁଡ଼ିଥିବା ସନ୍ଦେହ କରାଯାଉଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନାସୀରୁ ୧ କିଲୋମିଟର ଆଗକୁ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି। ଭଟ୍ଟା ସମୟରେ ଏହାର ଭଗ୍ନାଂଶ ଉପରକୁ ଦେଖାଯାଉଛି। ମାତ୍ର ଜୁଆର ସମୟରେ ପାଣିରେ ବୁଡ଼ି ରହୁଛି। 

ଗଠନଶୈଳୀକୁ ଲକ୍ଷ୍ୟ କଲେ ଏହା ଇଂରେଜ ସମୟର ବୋଲି ବନ କର୍ମଚାରୀମାନେ ଆକଳନ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୦ବର୍ଷ ତଳେ ଜାହାଜର ଏହି ଭଗ୍ନାଂଶ ଦେଖିବାକୁ ମିଳିଥିଲା। ତେବେ କିଛି ବର୍ଷ ହେବ ଏହା ଆଉ ଦେଖାଯାଉ ନ ଥିଲା। ଗତକାଲି ବାତ୍ୟା ‘ମୋନ୍ଥା’ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଉଠି ସ୍ଥଳଭାଗକୁ ମାଡ଼ିଆସିଥିଲା। ଜୁଆର ସମୟରେ ଭଗ୍ନାଂଶ କୂଳକୁ ଭାସି ଆସିଥିବା କୁହାଯାଉଛି। ତେବେ ଜାହାଜର ଭଗ୍ନାଂଶ କେଉଁଠୁ ଆସିଲା, ଏହା କେବେ ଓ କେଉଁଠି ବୁଡ଼ିଥିଲା ସେଥିନେଇ ଅନୁସନ୍ଧାନର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe