ବରଗଡ଼: ମା’ ନିଜ ଗର୍ଭରେ ରଖି ଛୁଆକୁ ଜନ୍ମ ଦେଉଛି। ହେଲେ ପରିସ୍ଥିତିରେ ପଡ଼ି ବେଳେବେଳେ ମା’ ନିଜ ଜନ୍ମ କଲା ନବଜାତ ଶିଶୁଙ୍କୁ ପର କରି ଦେଉଛି। କିଏ ମନ୍ଦିରରେ ଛାଡ଼ି ଚାଲିଯାଉଛି ତ ଆଉ କିଏ କୂଅରେ ଫିଙ୍ଗି ଦେଉଛି। ଏଭଳି ଅନେକ ଘଟଣା ପଶ୍ଚିମ ଓଡ଼ିଶାରେ ଘଟିଯାଇଛି। ଯାହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ନେଇଛି। ଜିଲ୍ଲାର ସମସ୍ତ ଡାକ୍ତରଖାନା, ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଶିଶୁ ଦୋଳି’ ଲଗାଇବାକୁ ବରଗଡ଼ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ନବଜାତ ଶିଶୁକୁ ଏଣେତେଣେ ଫିଙ୍ଗିଲେ ଜୀବନପ୍ରତି ବିପଦ ରହୁଛି। ଏହାକୁ ନେଇ ପ୍ରଶାସନକୁ ସିଡବ୍ଲୁସି ପକ୍ଷରୁ ଡାକ୍ତରଖାନାରେ ଶିଶୁ ଦୋଳି ଲଗାଇବାର ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ଜିଲ୍ଲାପାଳ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଯେଉଁମାନେ ଡାକ୍ତରଖାନା ‘ଶିଶଦୋଳି’ରେ ନିଜର ନବଜାତ ସନ୍ତାନଙ୍କୁ ଛାଡ଼ିଦେବେ, ସେମାନଙ୍କ ପରିଚୟ ଗୋପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Follow Us