ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଅନିଶ୍ଚିତତା: ଅକ୍ଷୟ ତୃତୀୟାରେ ନିରାଡ଼ମ୍ବର ଭାବେ ଭାବେ ଥାଳ ଉଠା ସଂପନ୍ନ

Advertisment
ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଅନିଶ୍ଚିତତା: ଅକ୍ଷୟ ତୃତୀୟାରେ ନିରାଡ଼ମ୍ବର ଭାବେ ଭାବେ ଥାଳ ଉଠା ସଂପନ୍ନ

ନନ୍ଦପଡ଼ାର ବ˚ ବରାଡ଼ ବାଲୁଙ୍କେଶ୍ବର ବାବା

ସମ୍ବଲପୁର: କରୋନା ଭୟ ଯୋଗୁଁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲେ ବି ଏହାର ଆଦ୍ୟ ପର୍ବ ଥାଳଉଠା ରବିବାର ନିରାଡ଼ମ୍ବରଭାବେ ଶେଷ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ସଂଧ୍ୟାରେ ବିଭିନ୍ନ ପଡ଼ାରେ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

publive-image ଝାଡ଼ୁଆପଡ଼ାର ଲୋକନାଥ ବାବା

ନନ୍ଦପଡ଼ାର ବ˚ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ମନ୍ଦିରରେ ବିଧିମତେ ପୂଜାର୍ଚ୍ଚନା ଓ ଆଳତି ପରେ ଥାଳ ଉଠିଥିଲା। ପଡ଼ା ମୁରବୀମାନେ ଥାଳ ଧରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ନିଜ ପଡ଼ାରୁ ପାଣ୍ଠି ସ˚ଗ୍ରହ କରିଥିଲେ। ଏହି ଅବସରରେ ବିଭିନ୍ନ ଯାତ୍ରା ଆୟୋଜନ କମିଟି ପକ୍ଷରୁ କନ୍ୟା ପିତାମାତା ନାମ ମଧ୍ୟ ଘୋଷଣା ହୋଇଥିଲା।

publive-image ମୁଦିପଡ଼ାର ଜାଗେଶ୍ବର ବାବା

ଆସନ୍ତା ମେ’ ୨୭ ତାରିଖରେ ଦେବଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ପରଂପରାରେ ବିବାହ କାର୍ଯ୍ୟକ୍ରମ ରହିଛି। ସେହିପରି ମେ’ ୨୮ରେ ଦେବ ଦମ୍ପତ୍ତି ନଗର ପରିକ୍ରମ‌ାରେ ବାହାରିବା ଓ ୨୯ ଅପରାହ୍‌ଣରେ ମନ୍ଦିର ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଯାତ୍ରା ଆୟୋଜନ କମିଟି ଗୁଡ଼ିକ ପକ୍ଷରୁ ଦେବ ବିବାହ ଓ ଶୀତଳଷଷ୍ଠୀ ଶୋଭାଯାତ୍ରାର ରୂପରେଖ ସ୍ଥିର ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe