ମହାସମାରୋହରେ ମହାଶିବରାତ୍ରି ପାଳିତ

ପବିତ୍ର ମହାଶିବରାତ୍ରି ଅବସରରେ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ସହରର ଧବକେଶ୍ୱର ମନ୍ଦିର, ଆନନ୍ଦେଶ୍ୱର ମନ୍ଦିର, କଳିଙ୍ଗା ଶିବ ମନ୍ଦିର ଏବଂ ଡୁଙ୍ଗି ଶୈବ ପୀଠରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା।

G Udayagiri

G Udayagiri Photograph: (Sambad )

ଘୁ.ଉଦୟଗିରି: ପବିତ୍ର ମହାଶିବରାତ୍ରି ଅବସରରେ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ସହରର ଧବକେଶ୍ୱର ମନ୍ଦିର, ଆନନ୍ଦେଶ୍ୱର ମନ୍ଦିର, କଳିଙ୍ଗା ଶିବ ମନ୍ଦିର ଏବଂ ଡୁଙ୍ଗି ଶୈବ ପୀଠରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାପାଠ କରି ଭକ୍ତମାନେ ଫେରୁଥିବା ବେଳେ ପୁଣି ସନ୍ଧ୍ୟାରେ ଉପବାସ କରୁଥିବା ଭକ୍ତମାନେ ମନ୍ଦିରରେ ପହଞ୍ଚି ମହାଦେବଙ୍କ ମସ୍ତକରେ କେତକୀ ଫୁଲ, ପଳାଶ ଫୁଲ, ଦୁଦୁରା ଫୁଲ, ବେଲପତ୍ର ଚଢ଼ାଇ ଭୋଗରାଗ କରିବା ସହ ଦ୍ୱୀପ ଜାଳି ରାତ୍ର ଉଜାଗର ରହି ମହାଦ୍ୱୀପ ଉଠିବା ସହ ଆଳତି କରି ସାରା ରାତି ଉଜାଗର ରହି ଭଜନ କୀର୍ତ୍ତନ କରି ଶିବଙ୍କ ଉପାସନା କରିଥିଲେ। 

ଧବଳେଶ୍ବର ଏବଂ ଆନନ୍ଦେଶ୍ୱର ମନ୍ଦିରରେ ପୂଜାପାଠ କରି  ମଧ୍ୟରାତ୍ରରେ ମହାଦୀପ ମନ୍ଦିର ଉପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମୃଦୁଙ୍ଗ ଘଣ୍ଟ ଗିନୀ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଚଢାଯାଇଥିଲା।

ମହାଶିବରାତ୍ରି ଉପଲକ୍ଷେ ମିନ୍ଦିର ମାନଙ୍କରେ ଭୋରରୁ ଭକ୍ତଙ୍କ ଗହଳି ଲାଗିରହିଥିବା ବେଳେ ସନ୍ଧ୍ୟା ପରେ ପୁଣି ଗହଳି ଲାଗିଥିଲା। ରାତିରେ ବହୁ ସଂଖ୍ୟାରେ ମହିଳା ମାନେ ଦୀପ ଜାଳି ଜାଗର ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ଭିଡ କୁ ଆଖି ଆଗରେ ରଖି ଧବଳେଶ୍ବର  ଏବଂ ଆନନ୍ଦେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe