ବାରିପଦା: ଲଗାଣ ବର୍ଷା ଏବଂ ଜମି ମାଫିଆଙ୍କ ବେଆଇନ ନିର୍ମାଣ ଫଳରେ ଜଳବନ୍ଦୀ ହୋଇପଡିଛି ଐତିହ୍ୟସମ୍ପନ୍ନ ବାରୁଣୀ ଶିବ ମନ୍ଦିର। ପାଣିରେ ଉବୁଟୁବୁ ହେଉଛନ୍ତି ବାରୁଣେଶ୍ୱର ମହାଦେବ। ଲଗାଣ ବର୍ଷା ସହିତ ଜମି ମାଫିଆଙ୍କ ବେଆଇନ ନିର୍ମାଣ ଫଳରେ ମନ୍ଦିର ତଳକୁ ଚାଲିଯାଇଛି। ମନ୍ଦିର ସମ୍ମୁଖ ଏବଂ ପାର୍ଶ୍ୱବର୍ତ୍ତୀ ସ୍ଥାନ ଅତ୍ୟଧିକ ଉଚ୍ଚ ହୋଇଯିବା ଫଳରେ ମନ୍ଦିରକୁ ଅନାୟଶରେ ପାଣି ପଶୁଛି। ତେଣୁ ଏହି ଐତିହାସିକ ମନ୍ଦିରର କାରୁକାର୍ଯ୍ୟ ଏବେ ସଙ୍କଟରେ ବୋଲି ଅଭିଯୋଗ କରିଛନ୍ତି ମଧୁବନ ଉନ୍ନୟନ ପରିଷଦ ସମ୍ପାଦକ ବିକ୍ରମ କେଶରୀ ଜେନା। ମନ୍ଦିର ପାଖରେ ପ୍ରବାହିତ ଜରାଳି, ସରାଳି ନଦୀ ଶଯ୍ୟାକୁ ପୋତି ଦିଆଯାଇ ନିର୍ମାଣ ହୋଇଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ମନ୍ଦିର ଭିତରକୁ ପାଣି ପଶିଯାଉଛି। ବେଆଇନ ନିର୍ମାଣ ଏବଂ ନଦୀ ଶଯ୍ୟାକୁ ପୋତି ଦିଆଯାଇଥିବାରୁ ବାରୁଣେଶ୍ୱର ମହାଦେବ ପାଣିରେ ବୁଡିଯାଇଥିବା ଅଭିଯୋଗ ଆଣିଛନ୍ତି ଜାଗ ମୟୂରଭଞ୍ଜ ଜାଗ ପ୍ରତିଷ୍ଠାତା ଅରୁଣ କୁମାର ବେହେରା। ଏହି ଐତିହ୍ୟସମ୍ପନ୍ନ ମନ୍ଦିରକୁ ରକ୍ଷା କରିବାକୁ ହେଲେ ବେଆଇନ ନିର୍ମାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।
ଜଳବନ୍ଦୀ ଐତିହ୍ୟସମ୍ପନ୍ନ ବାରୁଣୀ ଶିବ ମନ୍ଦିର, ପାଣିରେ ଉବୁଟୁବୁ ବାରୁଣେଶ୍ୱର ମହାଦେବ
Advertisment
Follow Us