ଶୀତଳଷଷ୍ଠୀ ଯାତ୍ରା ପାଇଁ କାର୍ଯ୍ୟ ସୂଚୀ ଜାରି, ମେ’ ୨୪ରେ ଶିବ ବିବାହ

ଶୀତଳଷଷ୍ଠୀ ଯାତ୍ରା ପାଇଁ କାର୍ଯ୍ୟ ସୂଚୀ ଜାରି, ମେ’ ୨୪ରେ ଶିବ ବିବାହ

ସମ୍ବଲପୁର : ନନ୍ଦପଡ଼ାର ସର୍ବପୁରାତନ ବଂ ବରାଡ଼ ବାଲୁଂକେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ କାର୍ଯ୍ୟ ସୂଚୀ ଜାରି ହୋଇଛି। ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳଉଠା ଅନୁଷ୍ଠିତ ହେବ। ଅପରାହ୍‌ଣ ୩ଟାରୁ ୪ଟା ମଧ୍ୟରେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା କରାଯିବ।

ସେହିପରି ମେ’ ୨୦ ତାରିଖରେ ବାଲୁଂକେଶ୍ବର ବାବାଙ୍କ ପତ୍ରପେଣ୍ଡି ଅନୁଷ୍ଠିତ ହେବ। ମେ’ ୨୧ ତାରିଖରେ ନୃସିଂହ ନିଉତା, ୨୩ ତାରିଖରେ ସାକ୍ଷୀଗୋପୀନାଥଙ୍କ ଆଗମନ, ୨୪ ତାରିଖରେ ବାଲୁଂକେଶ୍ବର ବାବା ଓ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ, ୨୫ ତାରିଖରେ ଶୀତଳଷଷ୍ଠୀ ରାତ୍ର ଶୋଭାଯାତ୍ରା, ୨୬ ତାରିଖରେ ନଗର ପରିକ୍ରମା ଓ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଥିବା ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe