ପଡ଼ୋଶୀ ରାଜ୍ୟକୁ ବି ଲମ୍ବିଛି ନକଲି ଔଷଧ କାରବାରର ଚେର, ଜେଲ୍ ଗଲେ ମାଷ୍ଟରମାଇଣ୍ଡ ଶିବ

Advertisment
୨ ଦାଦନଙ୍କ ହାତ କାଟିବା ଘଟଣା: ଶେଷ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Photo Credit: Representative Image

ପଶ୍ଚିମବଂଗକୁ ଯୋଗା‌ଉଥିଲେ ନକଲି ଔଷଧ
ମହାରାଷ୍ଟ୍ର ଓ ପଶ୍ଚିମବଂଗ ଗଲା ସ୍ବତନ୍ତ୍ର ଟିମ୍

ଭୁବନେଶ୍ବର : କରୋନା କାଳରେ ରାଜ୍ୟରେ ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ କୁହାଯାଉଥିବା କଟକର ମେଡିଲୟେଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଛି। ହିମାଚଳ ପ୍ରଦେଶରୁ ନକଲି ଔଷଧ ଆଣି ଓଡ଼ିଶାରେ ବିକ୍ରି କରୁଥିବା ଏହି ସଂସ୍ଥାର ନିର୍ଦ୍ଦେଶିକାଙ୍କ ସମେତ ତିନିଜଣଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ଶିବଙ୍କୁ ଅଟକ ରଖାଯାଇଥିଲା। ଏସ୍‌ଟିଏଫ୍‌ ସାରା ରାତି ତାଙ୍କୁ ମାରାଥନ୍‌ ଜେରା କରିବା ପରେ ସେ ଓଡ଼ିଶା ସମେତ ପଶ୍ଚିମବଂଗକୁ ବି ନକଲି ଔଷଧ ଯୋଗାଉଥିବା ଜଣାପଡ଼ିଥିଲା। ଶେଷରେ ଆଜି ଶିବଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚାଲାଣ କରାଯିବା ପରେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଶିବଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଏବେ ଝାରସୁଗୁଡ଼ା, ବୌଦ୍ଧ, ଭୁବନେଶ୍ବର ଓ କଟକରେ ରହିଥିବା ନକଲି ଔଷଧ କାରବାରରେ ସଂପୃକ୍ତ ବିଭିନ୍ନ ଏଜେଣ୍ଟକୁ ଏସ୍‌ଟିଏଫ୍ ଖୋଜିବା ପାଇଁ ଯୋଜନା କରିଛି। ଶିବ କେବଳ ଓଡ଼ିଶାରେ ନୁହେଁ, ପଶ୍ଚିମବଙ୍ଗରେ ବି ଏହି ନକଲି ଔଷଧ ବିକିବା ପାଇଁ ଦାୟିତ୍ବ ନେଇଥିବା ପଚରାଉଚରା ବେଳେ ଜଣାପଡ଼ିଛି। ତେଣୁ ଏକ ସ୍ବତନ୍ତ୍ର ଟିମ୍‌ ପଶ୍ଚିମବଙ୍ଗ ଯାଇଥିବା ବେଳେ ଆଉ ଗୋଟିଏ ଟିମ୍‌ ମହାରାଷ୍ଟ୍ର ଯାଇଛି। ସେଠାକାର ଜେଲ୍‌ରେ ଥିବା ‘ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର’ର ଅନ୍ୟତମ ପରିଚାଳକ ସୁଦୀପ ଚାଟାର୍ଜୀକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ ହୋଇଛି। ଏହି ଆବେଦନ ମଞ୍ଜୁର ହେଲେ ସ୍ବତନ୍ତ୍ର ଟିମ୍‌ ତାକୁ ଧରି ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି।

ନକଲି ଔଷଧ କାରବାର ସଂପର୍କରେ ମାଷ୍ଟରମାଇଣ୍ଡ ଶିବଠାରୁ ଏସ୍‌ଟିଏଫ୍‌ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ହିମାଚଳ ପ୍ରଦେଶର ସୋଲାନ୍‌ରେ ‘ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର’ସଂସ୍ଥାରୁ ଶିବଙ୍କ ‘ମେଡିଲୟଡ୍‌ ମେଡିକାମେଂଟ ପ୍ରାଇଭେଟ୍‌ ଲିମିଟେଡ୍‌’ ଫାଭିମାକ୍ସ ବ୍ରାଣ୍ଡର ଏହି ନକଲି ଔଷଧ କଟକ ଆଣୁଥିଲା। ଏହି ନକଲି ଔଷଧ କେବଳ ଓଡ଼ିଶାରେ ନୁହେଁ, ପଶ୍ଚିମବଙ୍ଗରେ ବି ବିକ୍ରି କରିବା ପାଇଁ ଏହି ସଂସ୍ଥା ଦାୟିତ୍ବ ନେଇଥିଲା। ଔଷଧରେ ୨୦ ଗୁଣ ଲାଭ ସମେତ ରାଜ୍ୟ ବାହାରର ଏହି ବେପାରରେ ଟାର୍ଗେଟ ପୂରଣ ହେଲେ ଆହୁରି ଅଧିକ କମିସନ ମିଳିବାକୁ ଚୁକ୍ତି ହୋଇଥିଲା। ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମଧ୍ୟ ବେପାର ଟା‌ର୍ଗେଟ ୫ କୋଟି ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ପଡ଼ୋଶୀ ରାଜ୍ୟକୁ କୋଟିଏ ଟଙ୍କାର ଔଷଧ ସଂସ୍ଥା ଜରିଆରେ ପଠାଯାଇ ସାରିଥିଲା। ସେଠାରେ ଶିବଙ୍କର ୩ ଜଣ ଦଲାଲ ବା ଏଜେଣ୍ଟ ରହିଥିଲେ। ଲକ୍‌ଡାଉନ୍‌ ସତ୍ବେ ଜରୁରୀ ସାମଗ୍ରୀ ପରିବହନ ଦର୍ଶାଇ ଭୁବନେଶ୍ବରରୁ ମାଲ୍‌ ପଶ୍ଚିମବଙ୍ଗ ଯାଉଥିଲା। ପୂରା ପୂର୍ବାଞ୍ଚଳ ପାଇଁ ମେଡିଲୟଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଏକମାତ୍ର ଡିଲର ଥିଲା। ତେଣୁ ଏହାର ଖୋଳତାଡ଼ ଲାଗି ଏବେ ଗୋଟିଏ ଟିମ୍‌ ପଶ୍ଚିମବଙ୍ଗ ଯାଇ ଏହି ଏଜେଣ୍ଟମାନଙ୍କୁ ଖୋଜୁଥିବା ବେଳେ ଆଉ ଗୋଟିଏ ଟିମ୍‌ କଟକ, ଭୁବନେଶ୍ବର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀରରେ ଧରପଗଡ଼ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe