ଯାଜପୁର ରାଜନୀତିରେ କମ୍ପନ: ଜେଲ୍‌ ହାଜତରେ ବବିଙ୍କ ଭାଇ ଭବ

Advertisment

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଓ ବିରଜା ହାଟ ପ୍ରସଙ୍ଗକୁ ନେଇ ଗତ ତିନିଦିନ ହେଲା ଯାଜପୁର ହୁଲସ୍ତୁଲ ହେଉଛି। ଏହା ଭିତରେ ବିରଜା ହାଟ ପ୍ରସଙ୍ଗରେ ଯାଜପୁରର ଟାଣୁଆ ନେତା ତଥା ରାଜ୍ୟ ବିଜେଡିର ମଙ୍ଗୁଆଳ ପ୍ରଣବପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ପୁଲିସ ଗିରଫ କରିଛି।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଓ ବିରଜା ହାଟ ପ୍ରସଙ୍ଗକୁ ନେଇ ଗତ ତିନିଦିନ ହେଲା ଯାଜପୁର ହୁଲସ୍ତୁଲ ହେଉଛି। ଏହା ଭିତରେ ବିରଜା ହାଟ ପ୍ରସଙ୍ଗରେ ଯାଜପୁରର ଟାଣୁଆ ନେତା ତଥା ରାଜ୍ୟ ବିଜେଡିର ମଙ୍ଗୁଆଳ ପ୍ରଣବପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ପୁଲିସ ଗିରଫ କରିଛି।

sfssfsfsf

ଯାଜପୁର/ସଦର/ଟାଉନ: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଓ ବିରଜା ହାଟ ପ୍ରସଙ୍ଗକୁ ନେଇ ଗତ ତିନିଦିନ ହେଲା ଯାଜପୁର ହୁଲସ୍ତୁଲ ହେଉଛି। ଏହା ଭିତରେ ବିରଜା ହାଟ ପ୍ରସଙ୍ଗରେ ଯାଜପୁରର ଟାଣୁଆ ନେତା ତଥା ରାଜ୍ୟ ବିଜେଡିର ମଙ୍ଗୁଆଳ ପ୍ରଣବପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ପୁଲିସ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ଉପକାରାଗାରକୁ ପଠାଇ ଦିଆଯାଇଛି। ଭବଙ୍କ ଗିରଫ ପରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଯାଜପୁର ସହର ଓ ଏହାର ଆଖାପାଖ ଅଞ୍ଚଳରେ ୨୮ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ବାହାରୁ ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ଅନ୍ୟପଟେ ଭବଙ୍କ ଗିରଫ ପରେ ଯାଜପୁରରେ ଆଜି ରାଜନୈତିକ ବୟାନବାଜି ସାଙ୍ଗକୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭବଙ୍କ ନାମରେ ଏତଲା ଦେଇଥିବା ଜନୈକ ବ୍ୟବସାୟୀ ଚାପରେ ପଡ଼ି ମାମଲା ପ୍ରତ୍ୟାହାର ପାଇଁ ଥାନାରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ବିରଜା ହାଟ ଓ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି, ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ଉପରେ ଆରୋପ, ପ୍ରତ୍ୟାରୋପ କରିଛନ୍ତି। ଯାଜପୁର ସହରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଆଜି ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। 

ଭବଙ୍କୁ ପୁଲିସ ଗିରଫ କରିବା ପରେ ଆଜି ପୂର୍ବାହ୍ଣରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ କଡ଼ା ସମାଲୋଚନା କରାଯାଇଥିଲା। ବିଜେଡି ଚାଷୀ ବିରୋଧୀ ନୁହେଁ। ଚାଷୀଙ୍କ ଉନ୍ନତି କଥା ଚିନ୍ତା କରୁଛି। ମା’ ବିରଜାଙ୍କ ମନ୍ଦିର ପ୍ରକଳ୍ପ ପାଇଁ ହାଟ ସ୍ଥାନାନ୍ତର କରାଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ଯେତିକି ଜମି ଆବଶ୍ୟକ ସେତିକି ଯିବା ପରେ ଯଦି ବଳୁଛି ହାଟ ହେଲେ କିଛି ସମସ୍ୟା ନାହିଁ। ମାତ୍ର ତାହା ନକରି ବିଜେପି ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଛି। ଯାଜପୁରର ବିକାଶ ପାଇଁ ଭବ ବାବୁ ଗିରଫ ହୋଇଥିବାରୁ ବିଜେଡି କର୍ମୀ ଗର୍ବିତ। ନୂଆ ସରକାର ଆସିବା ପରେ ଯାଜପୁରର ବିକାଶ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଛି କହି ଦଳୀୟ ନେତା ବିଜେପିକୁ ନିଶାଣ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଯାଜପୁର ବିଧାୟିକା ସୁଜାତା ସାହୁ ଭବଙ୍କ ଗିରଫଦାରୀକୁ ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଅପରାହ୍ଣରେ ଏହାର କଡ଼ା ଜବାବ ରଖିଥିଲେ। ମା’ ବିରଜାଙ୍କ ନାମ ନେଇ ଏମାନେ ଯାଜପୁରବାସୀଙ୍କୁ ଠକୁଛନ୍ତି। ପରିକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରୁନାହିଁ କି କେବେ କରିବ ନାହିଁ। ଗତ ୨୪ବର୍ଷ ଭିତରେ ଯାଜପୁରରେ କେବଳ ଗୁଣ୍ଡାରାଜକୁ ପ୍ରଶ୍ରୟ ଦିଆଯାଇଛି। ବିଧାୟକଙ୍କୁ ଆକ୍ରମଣ, ବିନା ଅନୁମତିରେ ରାସ୍ତାରୋକ କ’ଣ ଆଇନ ସମ୍ମତ କି କହି ଶ୍ରୀ ରାୟ ବିଜେଡିର କୁମ୍ଭୀରକାନ୍ଦଣାକୁ ତୀବ୍ର ସମାଲୋଚନା କରିଥିଲେ। 

ବିରଜା ହାଟ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ
ପୁଲିସର ଫ୍ଲାଗ୍‌ମାର୍ଚ୍ଚ, ବିରଜା ହାଟ ପରିସରରେ ୧୬୩ ଧାରା
ଦିନତମାମ ହାଇଡ୍ରାମା, ରାଜନୈତିକ ବୟାନବାଜି

ତେଣେ ଯାଜପୁର ଜିଲ୍ଲା ପ୍ରଶାସନ ମଧ୍ୟ ବିରଜା ହାଟ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛି। ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ ଗୁଜବ ପ୍ରଚାର ହେଉଛି। ବିରଜା ମନ୍ଦିରର ଉନ୍ନୟନ ପାଇଁ ଆରମ୍ଭ ହୋଇଥିବା ଯୋଜନା ଓ ଏହାର ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଧାର୍ଯ୍ୟ ସମୟ ଭିତରେ ଶେଷ ହେବ। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସୌନ୍ଦର୍ଯ୍ୟୀକରଣ ସମେତ ଅନେକ ନୂତନ ପ୍ରକଳ୍ପ ହାତକୁ ନିଆଯିବ। ପ୍ରଶାସନ ଏହାକୁ ଗୁରୁତ୍ବ ଦେଉଛି ବୋଲି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ସ୍ପଷ୍ଟ କରିଛନ୍ତି। ସେହିଭଳି ବିରଜା ମନ୍ଦିର ସେବାୟତ ପରିଷଦ ମଧ୍ୟ ମା’ଙ୍କ ମନ୍ଦିର ତଥା ପରିକ୍ରମା ପ୍ରକଳ୍ପକୁ ନେଇ ହେଉଥିବା ରାଜନୀତିକୁ ନିନ୍ଦା କରିଛି। ଏହାଦ୍ବାରା ବିରଜା ମନ୍ଦିରକୁ ପର୍ଯ୍ୟଟକ, ଭକ୍ତ ଆସୁନାହାନ୍ତି। ସଭାପତି ଦେବୀପ୍ରସାଦ ପାଣି କହିଛନ୍ତି, ମନ୍ଦିର ବିକାଶ ଓ ପରିକ୍ରମା ପ୍ରକଳ୍ପ ସହିତ କୌଣସି ସାଲିସ କରାଯିବା ଉଚିତ ନୁହେଁ। ରାଜନୀତିରୁ ଊର୍ଦ୍ଧ୍ବରେ ରହି ମନ୍ଦିର ବିକାଶକୁ ପ୍ରାଥମିକତା ଦେବାକୁ ସେ ଅନୁରୋଧ କରିଛନ୍ତି। ଭବଙ୍କ ଗିରଫ ପରେ ବିରଜାହାଟର ବ୍ୟବସାୟୀ ମଦନମୋହନ ନାୟକ ଚାପରେ ପଡ଼ି ମାମଲା ପ୍ରତ୍ୟାହାର ପାଇଁ ଆସିଥିଲେ। ଆଜି ଦିନତମାମ ଯାଜପୁରରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଧର୍ମଶାଳା ବିଧାୟକଙ୍କୁ ମାଡ଼ ଘଟଣାରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସନ୍ଧ୍ୟା ପରେ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବିଧାୟକଙ୍କର କି କାମ ଥିଲା ବୋଲି କହିବା ପରେ ବିଧାୟକ ଶ୍ରୀ ସାହୁ ଏହାର ଜବାବ ରଖିଛନ୍ତି। ଦଳମତ ନିର୍ବିଶେଷରେ ଜଣେ ବିଧାୟକଙ୍କୁ ମାଡ଼ ହେଲେ ନିନ୍ଦା କରିବା ବଦଳରେ ବିଧାୟିକାଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ବିରଜା ହାଟ ପରିସରରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଲାଗୁ କରାଯାଇଛି।   

ସୂଚନାଯୋଗ୍ୟ, ବିରଜା ହାଟ ପ୍ରସଙ୍ଗ ଓ ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କୁ ମାଡ଼ ଘଟଣାକୁ କେନ୍ଦ୍ରକରି ଗତ ବୁଧବାରଠାରୁ ଯାଜପୁର ଅଶାନ୍ତ ହୋଇପଡ଼ିଛି। ବୁଧବାର ସନ୍ଧ୍ୟାରେ ବୁଢ଼ାଘାଟଠାରେ ଧର୍ମଶାଳା ବିଧାୟକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ବବିଙ୍କ ଭାଇ ଭବଙ୍କ ନେତୃତ୍ବରେ ବିଜେଡି ସମର୍ଥକ ଯାଜପୁର ଟାଉନ ଥାନାରେ ପହଞ୍ଚି ବିଧାୟକ ଶ୍ରୀ ସାହୁଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ପରଦିନ ଗୁରୁବାର ବିରଜା ମନ୍ଦିର ସଂଲଗ୍ନ ପୁରାତନ ବିରଜା ହାଟ ପଡ଼ିଆରେ ଭବଙ୍କ ନେତୃତ୍ବରେ ଶହଶହ ବିଜେଡି କର୍ମୀ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିବା ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe