ସାଂସଦ ମୁନା ଖାନ୍‌ଙ୍କ ବୟାନକୁ ନେଇ କମ୍ପନ: ‘ବିଜେଡି ଲିଙ୍କ୍‌ରେ ବିଜେପିର ୧୪ ବିଧାୟକ’

ଜନସଂପର୍କ ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ବୟାନ କଂପନ ସୃଷ୍ଟି କରିଛି। ବି‌ଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି ଇସାରା ଦେଇଛନ୍ତି। କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନା କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ...

hfkhhk

ନବରଙ୍ଗପୁର: ଜନସଂପର୍କ ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ବୟାନ କଂପନ ସୃଷ୍ଟି କରିଛି। ବି‌ଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି ଇସାରା ଦେଇଛନ୍ତି। କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନା କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟ୍‌ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି। ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍‌ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।

ନବରଙ୍ଗପୁରରେ ଆୟୋଜିତ ପଦଯାତ୍ରାରେ ବିଜେଡିର ହେବିୱେଟ୍‌ ସାମିଲ ହୋଇଥିଲେ। ଜଳସେଚନ ପ୍ରକଳ୍ପକୁ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ତତ୍କାଳୀନ ସରକାର ସେଚ ପ୍ରକଳ୍ପ ନିମନ୍ତେ ଅନୁଦାନ ଦେଇଥିଲେ ସୁଦ୍ଧା ଗୁନଥାଟ ଓ ଇନ୍ଦ୍ରାବତୀ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି। ତେଲନଦୀ ପ୍ରକଳ୍ପର ମଧ୍ୟ ସମଦଶା। ସତୀଘାଟ ନଦୀ ବନ୍ଧ ଏବଂ ବରିଘାଟ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ତୁରନ୍ତ ପ୍ରକଳ୍ପ ଆରମ୍ଭ ନ ହେଲେ ବଡ଼ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଥିଲେ। ସେହିପରି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରମେଶ ମାଝୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ପୂର୍ବରୁ ୧କୋଟି ଜନତା ଯୋଜନାରୁ ଲାଭ ପାଉଥିଲେ। ବର୍ତ୍ତମାନ ନାଁ ପରିବର୍ତ୍ତନ କରି ୩୩ଲକ୍ଷ ଲୋକଙ୍କ ମଧ୍ୟରେ ସୀମିତ ରଖିବାକୁ ଉଦ୍ୟମ କରାଯାଉଛି। ଆୟୁଷ୍ମାନ ଯୋଜନାରେ ରୋଗୀଙ୍କୁ ପ୍ରଥ‌ମେ ଚିକିତ୍ସା ପାଇଁ ଟଙ୍କା ଦେବାକୁ ପଡ଼ିବ, ପରେ ଟଙ୍କା ମିଳିବ। ଗରିବ ଲୋକ କେଉଁଠୁ ଟଙ୍କା ଆଣିବେ ବୋଲି ପ୍ରଶ୍ନ କରିଥିଲେ। ‌ସେହିପରି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପିଲାଙ୍କୁ ପୋଷାକ ଓ ଭତ୍ତା ଠିକ୍‌ ସମୟରେ ଦେବାରେ ବିଜେପି ସରକାର ବିଫଳ ହୋଇଛନ୍ତି। ଜିଲ୍ଲାର ବିକାଶ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି କହିଥିଲେ। 

ଚାଉଁରିଆଗୁଡାରୁ ସର୍କିଟ ହାଉସ ସମ୍ମୁଖ ପଡ଼ିଆ ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା। ଏଥିରେ ଅବିଭକ୍ତ କୋରାପୁଟ ବିଜେଡି ଜୋନ୍‌ ସଭାପତି ତାପସ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ନବୀନା ନାୟକ, ସଦାଶିବ ପ୍ରଧାନୀ, ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମାଝୀ, ବରିଷ୍ଠ ନେତା ଯୋଗେନ୍ଦ୍ର ସ୍ବାଇଁ, କୌଶଲ୍ୟା ପ୍ରଧାନୀ, ଜିଲ୍ଲା ପରିଷଦ ସଭାପତି ମୋତିରମ ନାୟକ, ଉପାଧ୍ୟକ୍ଷା ଲିପିକା ବାରୋଇ, ଦିବ୍ୟଦାନ ସୁନା, ସୁନୀଲ ସାହୁ, ବଦ୍ରି ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe