କେନ୍ଦୁଝରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଡ଼ଗଡ଼ କରି ହାଣି ହତ୍ୟା!

Advertisment

ବସ୍ତାରେ ମାଂସ ଅଛି ବୋଲି କହିଥିଲା ରହସ୍ୟମୟ ଲୋକ, ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

ବସ୍ତାରେ ମାଂସ ଅଛି ବୋଲି କହିଥିଲା ରହସ୍ୟମୟ ଲୋକ, ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

କେନ୍ଦୁଝରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଡ଼ଗଡ଼ କରି ହାଣି ହତ୍ୟା!

କେନ୍ଦୁଝର: ରାଜଧାନୀ ଭୁବନେଶ୍ବରରେ ଜଣେ କର୍ଣ୍ଣେଲ ତାଙ୍କ ପତ୍ନୀଙ୍କୁ ୩ଶହ ଖଣ୍ଡ କରି ହାଣି କେଟିଲ ଭର୍ତ୍ତି କରି ରଖିବା ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସେହିପରି ଏକ ଘଟଣା ଆଜି କେନ୍ଦୁଝରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ଗଡ଼ଗଡ଼ କରି ହତ୍ୟା କରିବା ପରେ ମୃତଦେହକୁ ବସ୍ତାରେ ଭର୍ତ୍ତି କରି୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଥିବା ଓଭରବ୍ରିଜ ନିକଟରେ ଫିଙ୍ଗି ଦେଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି। ମୁହଁକୁ ଛେଚି ବିକୃତ କରିଦେଇଛି।

ଆଜି ସକାଳ ପ୍ରାୟ ୧୦ଟା ହେବ। ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ ଓଭରବ୍ରିଜ ନିକଟରେ ଜଣେ ବ୍ୟକ୍ତି ଏକ ଲୁନା ମୋପେଡ଼ (ଓଡି-୨୫ଇ-୦୯୧୭)ରେ ଏକ ବସ୍ତା ଆଣି ପକାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ। ବସ୍ତାରେ କ’ଣ ଅଛି ବୋଲି ପଚରାପଚରି କରିବାରୁ ସଂପୃକ୍ତ ବ୍ୟକ୍ତି ହଡ଼ବଡ଼େଇ ଯାଇ ସେଥିରେ ମାଂସ ଅଛି ବୋଲି କହିଥିଲା। ଲୋକଙ୍କ ସନ୍ଦେହ ବଢ଼ିବାରୁ ଅଧିକ ଲୋକ ରୁଣ୍ଡ ହୋଇଯାଇଥିଲେ। ଏହା ଦେଖି ସଂପୃକ୍ତ ବ୍ୟକ୍ତି ଲୁନା ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣା ପ୍ରଘଟ ହେବାରୁ ସେଠାରେ ଲୋକଙ୍କ ଭିଡ଼ ଆସ୍ତେଆସ୍ତେ ବଢ଼ି ଯାଇଥିଲା। ଭିଡ଼ର ସୁଯୋଗ ନେଇ କେହି ସେଠାରୁ ଲୁନା ନେଇ ଚମ୍ପଟ ମାରିଥିଲା। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତାକୁ ଖୋଲିବା ପରେ ଜଣେ ମହିଳାଙ୍କ ଶବ ଥିବା ଜାଣିବାକୁ ପାଇଥିଲା। ବସ୍ତାରେ ମହିଳାଙ୍କ ଶବ ୬ ଖଣ୍ଡ ହୋଇ ଭର୍ତ୍ତି ହୋଇଥିବାବେଳେ ମୁହଁ ପଥରରେ ଛେଚା ହୋଇଥିବା ଜଣାପଡ଼ିଥିଲା। ପୁଲିସ ଖଣ୍ଡବିଖଣ୍ଡିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଯେଉଁ ମୋପେଡ଼ ଗାଡ଼ିରେ ଶବ ବୁହା ହୋଇ ଆସିଥିଲା ତାହା ଦିଲୀପ ଦଳେଇଙ୍କର ବୋଲି ଦର୍ଶାଉଛି। ଗାଡ଼ିଟି ନୟାଗଡ଼ରେ ପଞ୍ଜୀକୃତ ହୋଇଛି।

ତେବେ ମହିଳା ଜଣଙ୍କ କିଏ? ତାଙ୍କୁ କାହିଁକି, କିଏ ଓ କେଉଁ ପରିସ୍ଥିତିରେ ହତ୍ୟା କଲା ତାର କୌଣସି ଠୋସ୍ ପ୍ରମାଣ ପୁଲିସ ହାତରେ ଲାଗି ନାହିଁ। ଟାଉନ ଥାନା ପୁଲିସ ୨୮୬/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଅଧିକ ଖୋଳତାଡ଼ ଜାରି ରଖିଛି। ଟାଉନ ଥାନାର ଏସଆଇ ଅମିତ ଭୂୟାଁଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏପର୍ଯ୍ୟନ୍ତ କୌଣସି ସୁରାକ ମିଳି ପାରି ନାହିଁ, ତେବେ ପୁଲିସ ଖୁବଶୀଘ୍ର ଅପରାଧୀ ପାଖରେ ପହଞ୍ଚିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe