ବ୍ରହ୍ମପୁର ସହରରେ ଅଭାବନୀୟ ଘଟଣା: ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଯୁବକ, ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର

ବୁଧବାର ରାତିରେ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜନଗହଳିପୂର୍ଣ୍ଣ ଛକ ଉପରେ ଯୁବକ ଜଣକ ହୁତୁହୁତୁ ହୋଇ ଜଳୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା।

fire

ବ୍ରହ୍ମପୁର: ବୁଧବାର ରାତିରେ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜନଗହଳିପୂର୍ଣ୍ଣ ଛକ ଉପରେ ଯୁବକ ଜଣକ ହୁତୁହୁତୁ ହୋଇ ଜଳୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଆଖପାଖ ଲୋକେ ଦୌଡ଼ି ଆସି ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ। ତଥାପି ତାଙ୍କ ଶରୀର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଯୁବକଜଣକ ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ (୨୨) ବୋଲି ଜଣାପଡ଼ିଛି।

sfsfsfxc

ସୁରଜଙ୍କୁ ସ୍ଥାନୀୟ ଲୋକେ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନସ୍‌ ଯୋଗେ ଏମ୍‌କେସିଜି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଯାହା ଜଣାଯାଇଛି, ପରିବାର ଲୋକଙ୍କ କୌଣସି କଥାରେ ଉତ୍‌କ୍ଷିପ୍ତ ‌ହୋଇ ପଡ଼ିଥିଲେ ସୁରଜ। ଆଜି ରାତି ୯ଟା ବେଳେ ନିଜ ଦୋକାନ ନିକଟରେ ପହଞ୍ଚି ସାଙ୍ଗରେ ଆଣିଥିବା ପେଟ୍ରୋଲ୍‌ ଶରୀରରେ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ସେ କ’ଣ ପାଇଁ ଆତ୍ମଦାହ ପାଇଁ ଚରମ ନିଷ୍ପତ୍ତି ନେଲେ ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ପ୍ରାଥମିକ ଚିକିତ୍ସା ପରେ ସୁରଜଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe