ଠିକାଦାରଙ୍କ ଗାଡି ଉପରେ ଗୁଳିମାଡ଼ !

ଠିକାଦାରଙ୍କ ଗାଡି ଉପରେ ଗୁଳିମାଡ଼ !

ଝାରସୁଗୁଡ଼ା/ଲଇକେରା: ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଲଇକେରା ଥାନା ଅନ୍ତର୍ଗତ ବାଗଡ଼ିହି ଗ୍ରାମର ଜଣେ ଠିକାଦାର ଅମିତ ଅଗ୍ରୱାଲଙ୍କ କାର ଉପରକୁ ଗୁଳିମାଡ଼ ହୋଇଥିବା ନେଇ ସେହି ଅଞ୍ଚଳରେ ପ୍ରଚାର ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ଏସ୍ ଡି ପି ଓ ନିର୍ମଳ ମହାପାତ୍ର ଓ ଲଇକେରା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଲଇକେରା ଥାନା ସୂତ୍ରରୁ ପ୍ରକାଶ ଯେ , ଶ୍ରୀ ଅଗ୍ରୱାଲ ତାଙ୍କ କାର ନମ୍ବର ଓଡି ୨୩ ଜେ ୦୫୫୧ରେ ସୁନ୍ଦରଗଡ ଜିଲ୍ଲା ବାଡ଼ଗାଁ ରୁ ଫେରୁଥିବା ସମୟରେ ବାଗଡ଼ିହି ଓ ବୈଜାପାଲି ମଝିରେ ହଠାତ ତାଙ୍କ କାର ର ଆଗ ପଟେ ଥିବା ଉଭୟ କାଚ ଭାଙ୍ଗି ଗଳି ପଡ଼ିଥିଲା। ଏହାକୁ ସେ ଓ ସ୍ଥାନୀୟ ଲୋକେ ଗୁଳିମାଡ଼ ବୋଲି କହିଥିବା ବେଳେ ପୁଲିସ ଏନେଇ ସ୍ପଷ୍ଟ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe