ଯୁବକଙ୍କୁ ତୀର ମାଡ଼, ଅଭିଯୁକ୍ତ ଗିରଫ 

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଦେବଗଡ଼: ଦେବଗ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରାଇତାବାହାଳ ପଞ୍ଚା‌ୟତର ଉପର ଖଣ୍ଡାମ ଗ୍ରାମରେ ସୋମବାର ରାତିରେ ଜଣେ ମଦ୍ୟପର ତୀର ମାଡରେ ଜଣେ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ତୀର ମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନାନୁସାରେ ଗତକାଲି ରାତିରେ ବାରକୋଟ ଉପର ଖଣ୍ଡାମ ଗ୍ରାମର ମତ୍ସ୍ୟଜୀବୀ ବାବୁ ଧିବର (୨୫) ନିଜ ଘରୁ ବାହାରି ବଡ଼ ଭାଇଙ୍କ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କର ସଂପର୍କୀୟ ଭାଇ ଉକ୍ତ ଗ୍ରାମର ଗଣ୍ଠି ଧିବର ବାବୁଙ୍କୁ ପଛପଟୁ ଧନୁ ତୀରରେ ଆକ୍ରମଣ କରିଥିଲା। ତୀର ବାବୁଙ୍କ ପିଠିରେ ଗଳିଯିବା ସହ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଚିତ୍କାର ଶୁଣି ବାବୁଙ୍କ ସ୍ତ୍ରୀ ଓ ଗ୍ରାମବାସୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର ଆମ୍ବୁଲାନ୍ସରେ ବାରକୋଟ ମେଡିକାଲକୁ ଆଣିଥିଲେ।

ମାତ୍ର ତୀରଟି ପିଠିରେ ଲାଖି ରହିଥିବାରୁ ଡାକ୍ତର ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଗ୍ରାମବାସୀଙ୍କୁ ଦେଖି ଗଣ୍ଠି ସେଠାରୁ ଫେରାର୍‌ ଉଦ୍ୟମ କରୁଥିବା ବେଳେ ତାକୁ ବାନ୍ଧି ରଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍‌ ପହଣ୍ଡି ଗଣ୍ଠିକୁ ଗିରଫ କରିବା ସହ ଧନୁ ଓ ତୀର ଜବତ କରିଥିଲା। ପୂର୍ବ ଶତ୍ରୁତାରୁ ସେ ତୀର ମାଡ଼ କରିଥିବା ଜଣାପଡ଼ିଛି। ତେଣେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe