କାର ଉପରକୁ ଗୁଳିମାଡ଼: ବାଇକ୍‌ରେ ଆସି କାଣ୍ଡ ଭିଆଇଲେ ଦୁର୍ବୃତ୍ତ

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ଏକ କାର୍ ଉପ ଆଖିବୁଜା ଗୁଳି ଚଳାଇଥିଲେ....

Shooting at car: Miscreants came on a bike and destroyed the car

Shooting at car: Miscreants came on a bike and destroyed the car Photograph: (sambad.in)

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଯୋଗୁ  ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ଏକ କାର୍ ଉପ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ କାର୍‌ର କାଚ ଭାଙ୍ଗି ଯାଇଥିବା ବେଳେ ଗାଡ଼ିରେ ଥିବା ରାଉରକେଲାର ଉତ୍ତମ କୁମାର ଘୋଷ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଉତ୍ତମ ଜମି ବାଡ଼ି କିଣାବିକା ବ୍ୟବସାୟରେ ସଂଶ୍ଲିଷ୍ଟ ଥିବା ଜଣା ପଡିଛି। ସେ ରାଉରକେଲାର ୨୦ ନମ୍ୱର୍ ସେକ୍ଟରରେ ରୁହନ୍ତି।  ସେ କୌଣସି ଜମି ରେଜିଷ୍ଟ୍ରି କରିବାକୁ ବିରମିତ୍ରପୁର ତହସିଲ୍ ଆସିଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ କାର୍ ଉପରକୁ ଗୁଳି ଚଳାଇଥିଲେ।

ସୌଭାଗ୍ୟ ବଶତଃ ଗୁଳି ତାଙ୍କ ଦେହରେ ବାଜି ନଥିଲା। ଗୁଳି ମାଡ଼ରେ କାର୍‌ର କାଚ ଭାଙ୍ଗି ଯାଇଥିଲା। ଖବରପାଇ ଘଟଣା ସ୍ଥଳରେ ବିରମିତ୍ରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛନ୍ତି। ବିଭିନ୍ନ ସ୍ଥାନରେ ବ୍ଲକେଡ୍ କରି ପୁଲିସ ଯାଞ୍ଚ କରୁଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ଜଣା ପଡିନାହିଁ।

sundargarh | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe