ବିଚ୍‌ରାସ୍ତାରେ ଗୁଳିମାଡ଼, ଜଣେ ଗୁରୁତର

Advertisment

ଆକ୍ରମଣ ପଛରେ ବ୍ରାଉନ୍‌ସୁଗାର୍‌ କାରବାର ସନ୍ଦେହ

ଆକ୍ରମଣ ପଛରେ ବ୍ରାଉନ୍‌ସୁଗାର୍‌ କାରବାର ସନ୍ଦେହ

ଯୁବକଙ୍କୁ ଆକ୍ରମଣ, ଫୁଟିଲା ୨ ରାଉଣ୍ଡ ଗୁଳି

Khabarplus

ଖୋର୍ଦ୍ଧା : ସୋମବାର ରାତି ପ୍ରାୟ ୧୦ଟା ବେଳେ ଖୋର୍ଦ୍ଧା ସହରର ପାନବରଜ ଛକଠାରେ ହଠାତ୍ ଗୁଳି ଫୁଟିଥିଲା ଓ ଜଣେ ଯୁବକ ଟଳିପଡ଼ିଲେ। ଆଖପାଖର ଲୋକ କ’ଣ ହୋଇଛି ବୋଲି ଜାଣିବା ପୂର୍ବରୁ ଗୁଳି କରିଥିବା ବ୍ୟକ୍ତିଜଣକ ସେଠାରୁ ଫେରାର୍ ହୋଇଯାଇଥିଲା।

ପାନବରଜର ବବୁଲୁ ଖାଁ ନାମକ ଜଣେ ଯୁବକ ନିକଟରେ ଜେଲ୍‌ରୁ ଜାମିନରେ ଫେରିଥିଲେ। ସୋମବାର ରାତିରେ କିଛି ବନ୍ଧୁଙ୍କ ସହ ସେ ଛକରେ ବୁଲୁଥିବା ବେଳେ ଭାଲିଆବାଡ଼ିର ରଣା ନାମକ ଜଣେ ଯୁବକ ଓ ଅନ୍ୟ ଦୁଇଜଣ ସେଠାରେ ପହଂଚିଥିଲେ। ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାବାର୍ତ୍ତା ଓ ବଚସା ପରେ ରଣା ବନ୍ଧୁକ ବାହାର କରି ବବୁଲୁ ଉପରକୁ ଗୁଳି ମାଡ଼ କରି ସେଠାରୁ ଫେରାର୍ ହୋଇଯାଇଥିଲା। ବବୁଲୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଗୁଳିମାଡ଼ ଘଟଣା ଉପଖଣ୍ତ ପୁଲିସ କାର୍ଯ୍ୟାଳୟ ଠାରୁ ପ୍ରାୟ ମାତ୍ର ଏକ କିଲୋମିଟର ଦୂର ଓ ଖୋର୍ଦ୍ଧା ଟାଉନ ଥାନା ଠାରୁ ଦେଢ଼ କିମି ଦୂରରେ ଥିବା ବେଳେ ଅନତୀ ଦୂରରେ ପାଟ୍ରୋଲିଂ ଗାଡ଼ି ମଧ୍ୟ ରହିଥିଲା। ତଥାପି ଆକ୍ରମଣୀକାରୀ ଏଭଳି ଏକ ଘଟଣା ଘଟାଇ ଫେରାର୍ ହେବାକୁ ସକ୍ଷମ ହୋଇଥିଲେ।

ଘଟଣା ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ଏସ୍‌ଡିପିଓ ଦିଲୀପ କୁମାର ଦାସ କହିଥିବା ବେଳେ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ମିଳିଛି ତେବେ ସତ୍ୟାସତ୍ୟ ନେଇ ଅନୁସନ୍ଧାନ ଜାରି ରହିଛି ବୋଲି କହି ଘଟଣାକୁ ଏଡ଼ାଇ ଦେଇଛନ୍ତି। ଖୋର୍ଦ୍ଧା ସହରରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଏଥିନେଇ ସଂପୂର୍ଣ୍ଣ ନିରବ ରହିବା କିନ୍ତୁ ସାଧାରଣରେ ପୁଲିସର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁଇ ବର୍ଷ ପୂର୍ବେ ଟିଏଲ୍‌ସି ପଡ଼ିଆ ନିକଟରେ ଏସ୍‌ଟିଏଫ୍ ଚଡ଼ଉ ବେଳେ ବ୍ରାଉନ୍‌ସୁଗାର୍‌ ମାଫିଆ ଓ ଏସ୍‌ଟିଏଫ୍ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବର୍ଷକ ପୂର୍ବେ ଗୁରୁଜଙ୍ଗ-ଖୋର୍ଦ୍ଧା ରାସ୍ତାରେ ବ୍ରାଉନ୍‌ସୁଗାର୍‌କୁ ନେଇ ଦୁଇ ବିପକ୍ଷ ଗୋଷ୍ଠୀର ଦୁଇ ସଦସ୍ୟଙ୍କ ମଧ୍ୟରେ ଦିନ ଦିପହରେ ହଣାହଣି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe