ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଗ୍ରାହକ

ବିଳମ୍ୱରେ ଦମକଳ ପହଞ୍ଚିବାରୁ ଅସନ୍ତୋଷ

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଗ୍ରାହକ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ପୁରୁଣା ବ୍ୟାଙ୍କ ଛକସ୍ଥିତ ନାଇନ ଇଲେଭେନ ଦୋକାନରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଦୋକାନ ଭିତରେ ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ କେତେକ ଗ୍ୟାସ୍ ସିଲିଣ୍ଡରରେ ବି ନିଆଁ ଲାଗି ଯାଇଥିଲା।

ରବିବାର ଦୋକନରେ ଅନେକ ଗ୍ରାହକ ଥିଲେ। ଏହି ସମୟରେ ମାଲିକ ପ୍ରକାଶ ଗୋୟଲ ଧୂଆଁ ଦେଖି ନିଆଁ ଲାଗିଥିବା ସନ୍ଦେହ କରିଥିଲେ। ସଂଗେ ସଂଗେ ସମସ୍ତ ଗ୍ରାହକଙ୍କୁ ସୁରକ୍ଷିତ ଭାବେ ବାହାର କରି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ହେଲେ ଅଗ୍ନିଶମ ବାହିନୀ ଆସିବାର ବିଳମ୍ୱ ହେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରି ନିଜେ ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଟିମ୍‌ ସହ ଥାନା ଅଧିକାରୀ ରଂଜନ ବରିହା ପହଂଚି ଭିଡ଼କୁ ନିୟଂତ୍ରଣ କରିଥିଲେ। ଅଗ୍ନିଶମ ବିଭାଗର ସୂର୍ଯ୍ୟମଣି ରଣା, ବିକ୍ରମ ବାରିକ, ଦୁଃଖୀରାମ ପ୍ରଧାନ, ଗଜାନନ ଜାଲ, ପ୍ରତାପ ଭୋଇ ପ୍ରମୁଖ ନିଆଁକୁ ଆୟତ୍ତ କରିଥିଲେ। ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସନ୍ତୋଷ ମହାନ୍ତି, ପ୍ରେମ ବିଶି, ବୁଲବୁଲ ମେହେର, ଅଜୟ ବେହେରା, ବିଜୟ ମେହେର, ସଞ୍ଜୟ ବଂଶଲ, ଅଭିଷେକ ଅଗ୍ରୱାଲ, ପ୍ରଭାତ ଗୋୟଲ, ଆଦର୍ଶ ଗୋୟଲ ପ୍ରମୁଖ ସ୍ଥାନୀୟ ବ୍ୟକ୍ତି ନିଆଁ ଲିଭାଇବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe