ବାଣ ନିଆଁରୁ ଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

Advertisment
ବାଣ ନିଆଁରୁ ଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଦଶରଥପୁର : ବାଣ ନିଆଁରୁ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ଦୋକାନୀ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମଙ୍ଗଳପୁର ଥାନା ମଲ୍ଲିକାପୁର ଗ୍ରାମର ପ୍ରକାଶ ପାଣି ମଙ୍ଗଳପୁର ବଜାରରେ ଘରଭଡ଼ା ନେଇ ଏକ ସାନିଟାରି ଦୋକାନ କରିଛନ୍ତି। ଦୋକାନ ଭିତରେ ସ୍ଥାନ ଅଭାବରୁ ଲକ୍ଷାଧିକ ଟଙ୍କାର ସାନିଟାରି ସାମଗ୍ରୀକୁ ଦୋକାନ ଛାତ ଉପରେ ରଖିବା ସହିତ ତା’ ଉପରେ ଜରିପାଲ ଓ ଛଣ ଘୋଡ଼ାଇ ରଖିଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଦୋକାନ ବନ୍ଦକରି ଘରକୁ ଫେରିଥିଲେ। ରାତି ପ୍ରାୟ ୧୧ଟା ୪୫ ମିନିଟରେ ଡାହାଣହତା ଗ୍ରାମର ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ବିବାହ ଶୋଭାଯାତ୍ରା ସେହି ବାଟ ଦେଇ ଯାଇଥିଲା। ବରଯାତ୍ରୀ ଫୁଟାଇଥିବା ବାଣ ନିଆଁ ପଡ଼ିବାରୁ ପ୍ରକାଶଙ୍କ ଦୋକାନ ଛାତ ଉପରେ ପାଲ ଓ ଛଣ ସହ ଲକ୍ଷାଧିକ ଟଙ୍କାର ସାନିଟାରୀ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ କିଛି ବ୍ୟବସାୟୀଙ୍କଠାରୁ ସୂଚନା ପାଇ ପ୍ରକାଶ ପହଞ୍ଚିଥିଲେ। ସେତେବେଳକୁ ନିଆଁ ସବୁକୁ ପୋଡ଼ି ପାଉଁଶ କରିଦେଇଥିଲା। ପରେ ସେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗକରି କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe