ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ: ଗଞ୍ଜାମ ଜିଲ୍ଲାପାଳ

ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ସ୍ଥିତି ସବୁଠାରୁ ଖରାପ ଥିବା ଯୋଗୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କେତେକ ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।

କୋଭିଡ ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଠିକ୍ ସେହିପରି ଦ୍ୱିତୀୟ ଥର ପାଇଁ କୋଭିଡ ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ, ଗୋଟିଏ ମାସ ପାଇଁ ଦୋକାନ ବନ୍ଦ କରାଯିବା ସହିତ ଦେକାନୀଙ୍କ ନାମରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି |

publive-image image source--long island press

ଅପରପକ୍ଷରେ ଜିଲ୍ଲାରେ କୃଷି, ସାମଗ୍ରୀ, ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ଗଞ୍ଜାମରେ କୌଣସି ଯାନବାହନ ଚଳାଚଳକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି|
ଏଣେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲିଠୁ ସହରାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ଅଞ୍ଚଳରେ କେବେ ସ୍କ୍ରିନିଂ ହେବ ଆଜି ସେ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ। ସ୍କ୍ରିନିଂ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ୩ରୁ ୪ ଦିନ ପର୍ଯ୍ୟନ୍ତ ସଟଡାଉନ୍‌ କରାଯିବ ବୋଲି ଟୁଇଟ୍ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ଲକ୍ଷଣ ଥିଲେ ନ ଲୁଚାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe