ଗୁଳିମାଡ଼ରେ ଆହତ ଦୋକାନୀଙ୍କ ମୃତ୍ୟୁ

Advertisment
ଗୁଳିକାଣ୍ଡ ମାମଲା: ୩ଅଭିଯୁକ୍ତଙ୍କ ଜାମିନ ନାକଚ, ପୁଲିସ ସ୍କାନରରେ ମୁଖ୍ୟ ସହଯୋଗୀ

Image Courtesy of India Today

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ଖଡ଼ିବାହାଳି ଛକରେ  ଗତ ୨୬ ତାରିଖ ରାତି ସାଢ଼େ ୯ ଟାରେ  ଦେବାଶିଷ ଭେରାଇଟ ଷ୍ଟୋରର  ମାଲିକ ଜଗବନ୍ଧୁ ମହାପାତ୍ର (୫୬) ଙ୍କୁ ଗୁଳି ମାଡ଼ ହୋଇଥିଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୧ ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ୨୬ ତାରିଖ ରାତିରେ ଶ୍ରୀ ମହାପାତ୍ର ଦୋକାନ ଅଗଣା ଝାଡ଼ୁ କରୁଥିବାବେଳେ  ଦୁଇ ଜଣ ଯୁବକ ଏକ ବାଇକରେ ଆସି ସିଗାରେଟ ମାଗିଥିଲେ। ଦୋକାନ ବନ୍ଦ ଥିବାରୁ ସିଗାରେଟ ଦେବାପାଇଁ ମନା କରିବାରୁ ତାଙ୍କ ଉପରେ ଗୁଳି ମାଡ଼ କରାଯାଇଥିଲା।

ଗୁରୁତର ଥିବା ଶ୍ରୀ ମହାପାତ୍ରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣାରେ ପୁଲିସ ହରିଚନ୍ଦନପୁର ଥାନା ସୁନାପେଣ୍ଠ ପାଞ୍ଚାୟତ କମଳାଙ୍ଗି ଗ୍ରାମର ପୃଥ୍ବୀରାଜ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତ ଘଷିପୁରା ଥାନା ବରିପାଳ ଗ୍ରାମର ମନୋଜ ପାତ୍ର (ସିପୁ) ଫେରାର ଅଛି। ଆସାମୀ ଶ୍ରୀ ପାତ୍ରକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ତାଙ୍କ ଆତ୍ମାର ସଦଗତି ପାଇଁ ଆଜି ଖଡ଼ିବାହାଳୀରେ ଥିବା ଦୋକାନ ବଜାର ବନ୍ଦ ରହିଛି । ଶବ ବ୍ୟବଚ୍ଛେଦ ପରେ ମରଶରୀର ତାଙ୍କ ଗ୍ରାମ ଶଗଡ଼ପଟା ପଞ୍ଚାୟତ ବେଡ଼ଦୁମା ଗ୍ରାମରେ ରାତିରେ ପହଞ୍ଚିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe