ପାଣିରେ ପଡ଼ିଲା ଲକ୍ଷଲକ୍ଷ ଟଙ୍କାର ଦୋକାନ ଗୃହ, ଯୁବକଙ୍କୁ ମିଳିଲାନି ରୋଜଗାର

ନବରଂଗପୁର ଜିଲ୍ଲା ଝରିଗାଁ ପଞ୍ଚାୟତ ସଦର ମହକୁମା ଠାରେ ବିଭିନ୍ନ ସ୍ଥାନରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଦୋକାନ ଗୃହ ଗୁଡିକ ନିର୍ମାଣ ହୋଇଥିଲା। ଯୁବକ ବ୍ୟବସାୟ କରିବା ପାଇଁ ଦୋକାନ ଗୃହ ଗୁଡ଼ିକ ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଯୋଗୁଁ ବର୍ତ୍ତମାନ ସେହି ଦୋକାନ ଗୃହ ସଚନୀୟ ଅବସ୍ଥାରେ ପଡି ରହିଛି।

399694fc-7e65-462b-9319-bd373d817b4b

ଝରିଗାଁ: ବେକାର ଯୁବକମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ପ୍ରଶାସନ ପକ୍ଷରୁ ନବରଂଗପୁର ଜିଲ୍ଲା ଝରିଗାଁ ପଞ୍ଚାୟତ ସଦର ମହକୁମା ଠାରେ ବିଭିନ୍ନ ସ୍ଥାନରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଦୋକାନ ଗୃହ ଗୁଡିକ ନିର୍ମାଣ ହୋଇଥିଲା। ତେବେ କୌଣସି ଯୁବକ ବ୍ୟବସାୟ କରିବା ପାଇଁ ଦୋକାନ ଗୃହ ଗୁଡ଼ିକ ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଯୋଗୁଁ ବର୍ତ୍ତମାନ ସେହି ଦୋକାନ ଗୃହ ସଚନୀୟ ଅବସ୍ଥାରେ ପଡି ରହିଛି।ଏଭଳି କିଛି ଦୋକାନ ଗୃହ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ରାମସା ଛକରେ ଦେଖିବାକୁ ମିଳିଛି।

ପ୍ରଶାସନ ପକ୍ଷରୁ ପାଲିଆ ପଞ୍ଚାୟତ ଅନ୍ତର୍ଗତ ରାମସା ଛକ ନିକଟରେ ୨୦୦୪-୦୫ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ପାଞ୍ଚଟି ଦୋକାନ ଗୃହ ନିର୍ମାଣ ହୋଇଥିଲା। ନିର୍ମାଣ ହେବା ପର ଠାରୁ କୌଣସି ଲୋକ ଦୋକାନ ଗୃହ ଗୁଡ଼ିକୁ ଭଡ଼ାରେ ନେଇ ନଥିଲେ। ଦୋକାନ ଗୃହ ଗୁଡିକ ନିର୍ମାଣ ହେବାର କିଛି ବର୍ଷ ପରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦୋକାନ ଗୃହର ଚଟାଣ ଗୁଡିକ ନଷ୍ଟ ହୋଇ ଯାଇଥିବା ବେଳେ ଦୋକାନରେ ଲାଗିଥିବା ସଟର ଗୁଡିକ ମଧ୍ୟ କଳଙ୍କ ଲାଗି ନଷ୍ଟ ହେବାରେ ଲାଗିଛି।

ସେହିପରି କିଛି ଦୋକାନର ସଟର ନଥିବା ଦେଖିବାକୁ ମିଲିଛି।ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୋକାନ ଗୃହ ନିର୍ମାଣ ହୋଇଥିବା ବେଳେ କୌଣସି କାମରେ ଆସୁନାହିଁ। ପାଲିଆ ପଞ୍ଚାୟତ ସହ ଆଉ କିଛି ପଞ୍ଚାୟତରେ ମଧ୍ୟ ନିର୍ମାଣ ହୋଇଥିବା ଦୋକାନ ଗୃହ ସଚନୀୟ ଅବସ୍ଥାରେ ପଡି ରହିଥିବା ଅଭିଯୋଗ ହୋଇ ଥିବା ବେଳେ ବର୍ତ୍ତମାନ ପାଲିଆ ପଞ୍ଚାୟତର ରାମସା ଛକରେ ତିନଟି ଦୋକାନ ଥିବା ବେଳେ ନିଜେ ନିଜେ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ କରୁଛନ୍ତି। ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଦୋକାନ ଗୃହ ଗୁଡିକୁ ମରାମତି କରି ଇଛୁକ ଯୁବକ ମାନଙ୍କୁ ବ୍ୟବସାୟୀ ପାଇଁ ଦୋକାନ ଗୃହ ଯୋଗାଇ ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe