ଭୀମସାର୍‌ ସେଣ୍ଟ୍ରାଲ ଆଇସିୟୁରେ ସର୍ଟସର୍କିଟ

ଭୀମସାର୍‌ ସେଣ୍ଟ୍ରାଲ ଆଇସିୟୁରେ ସର୍ଟସର୍କିଟ

Careers360

ବୁର୍ଲା: ଭୀମ୍‌ସାର୍‌ର ୨୦ ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଆଇସିୟୁର ମରାମତି ଏବଂ ନବୀକରଣ ସକାଶେ ଗତ ଅଗଷ୍ଟ ମାସ ୨୦ ତାରିଖରେ ଏହାକୁ ନୂତନ ମେଡ଼ିସିନ୍ ୱାର୍ଡ(ଦ୍ଵିତୀୟ କୋଭିଡ୍ ହସ୍ପିଟାଲ୍ )କୁ ସିଫ୍ଟ କରାଯାଇଥିଲା। ସୋମବାର  ବିଳମ୍ବିତ ରାତିରେ ସେଣ୍ଟ୍ରାଲ ଆଇସିୟୁରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଧୂଆଁ ବାହାରୁଥିବା ଦେଖି ଡ୍ୟୁଟିରେ

ନିଯୁକ୍ତି ଥିବା ନର୍ସମାନେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଉପସ୍ଥିତ ବୁଦ୍ଧି ପ୍ରାୟୋଗକରି ସ୍ଥାନୀୟ ଅଧିକାରୀ ମେନ୍ ସ୍ୱିଚ୍ ବନ୍ଦ କରି ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ମିଳି ଯାଇଥିଲା ବୋଲି ଭିମ୍‌ସାରର ହସ୍ପିଟାଲ୍ ମ୍ୟାନେଜର କିର୍ତିମାନ ମହନ୍ତ ସୂଚନା ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe