ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼: ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, କାରଣ ଅସ୍ପଷ୍ଟ

Advertisment
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼: ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, କାରଣ ଅସ୍ପଷ୍ଟ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି। ଏଣେ ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି।

ଏନେଇ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି।ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ସେ ଜଣେ ଏଏସଆଇ ଭାବେ କାର୍ଯ୍ୟରତ। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe