ନେତୃତ୍ବ ପାଇଁ ସାହିତ୍ୟିକ ମାର୍ଗ ପ୍ରଦର୍ଶନ କରନ୍ତୁ : ସୌମ୍ୟରଂଜନ

Advertisment

ଆଜି ଆମର ରାଜନୀତିଠାରୁ ନାଗରିକ ସମାଜ ଯାଏଁ ବିଭିନ୍ନ କ୍ଷେତ୍ରରେ ସଙ୍କଟ ଓ ନେତୃତ୍ବର ଅଭାବ ଦେଖାଦେଇଛି। ତେବେ, ସବୁକ୍ଷେତ୍ରକୁ ଦିଗ୍‌ଦର୍ଶନ ଦେବାର ଶକ୍ତି ସାହିତ୍ୟର ରହିଛି।

ଆଜି ଆମର ରାଜନୀତିଠାରୁ ନାଗରିକ ସମାଜ ଯାଏଁ ବିଭିନ୍ନ କ୍ଷେତ୍ରରେ ସଙ୍କଟ ଓ ନେତୃତ୍ବର ଅଭାବ ଦେଖାଦେଇଛି। ତେବେ, ସବୁକ୍ଷେତ୍ରକୁ ଦିଗ୍‌ଦର୍ଶନ ଦେବାର ଶକ୍ତି ସାହିତ୍ୟର ରହିଛି।

fhhfhfbcvm

ବାଲେଶ୍ବର: ଆଜି ଆମର ରାଜନୀତିଠାରୁ ନାଗରିକ ସମାଜ ଯାଏଁ ବିଭିନ୍ନ କ୍ଷେତ୍ରରେ ସଙ୍କଟ ଓ ନେତୃତ୍ବର ଅଭାବ ଦେଖାଦେଇଛି। ତେବେ, ସବୁକ୍ଷେତ୍ରକୁ ଦିଗ୍‌ଦର୍ଶନ ଦେବାର ଶକ୍ତି ସାହିତ୍ୟର ରହିଛି।  ସାହିତ୍ୟ ଓ ରାଜନୀତି ଭିନ୍ନ ନୁହେଁ। ସାହିତ୍ୟିକମାନେ କୌଣସି ନା କୌଣସି କାରଣରୁ ରାଜନୀତିକୁ ପସନ୍ଦ କରନ୍ତି ନାହିଁ ; ରାଜନୀତିଠାରୁ ନିଜକୁ ଦୂରେଇ ରଖନ୍ତି। ବାସ୍ତବରେ ଦୂରେଇ ରହିବାର କାରଣ ହେଉଛି, ସେମାନେ ରାଜନୈତିକ ନେତାଙ୍କ କୌଶଳକୁ ପାରନ୍ତି ନାହିଁ। ତେବେ, ଉଭୟଙ୍କ ଉଦ୍ଦେଶ୍ୟ ହେଉଛି ସମୂହ ହିତ। ରାଜନୀତି, ସାମାଜିକ ବ୍ୟବସ୍ଥା, ଗଣତନ୍ତ୍ରରେ ସଙ୍କଟ ସୁଧାରିବାରେ ସାହିତ୍ୟିକମାନଙ୍କ ଭୂମିକା ଅଧିକ। ପ୍ରତିକ୍ଷେତ୍ରରେ ନେତୃତ୍ବର ବିକାଶ ପାଇଁ ସାହିତ୍ୟିକ ମାର୍ଗ ପ୍ରଦର୍ଶନ କରନ୍ତୁ।  କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ୧୮୩ ତମ ଜୟନ୍ତୀ ଓ ଫକୀରମୋହନ ସାହିତ୍ୟର ୮୭ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହିଭଳି ମତ ପ୍ରଦାନ କରିଛନ୍ତି।

ଆଜି ଫକୀରମୋହନଙ୍କ ଜନ୍ମମାଟି ବାଲେଶ୍ବରସ୍ଥିତ ଶାନ୍ତିକାନନଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ମୋ ମତରେ ଜଗନ୍ନାଥ ହେଲେ ଆମ ଅସ୍ମିତାର ପ୍ରମାଣ। ଫକୀରମୋହନ ହେଲେ ଆମ ଅସ୍ମିତାର ଦ୍ବିତୀୟ ପ୍ରମାଣ। ଆଜି  ଓଡ଼ିଆ ଜାତି, ଭାଷା, ସାହିତ୍ୟ ଯଦି ବଞ୍ଚିଛି; ସେଥିପାଇଁ ଫକୀରମୋହନଙ୍କ ଅବଦାନ ମଧ୍ୟ ରହିଛି। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, ଓଡ଼ିଆ ଭାଷାର ଅନ୍ୟତମ ଜନକ ହିସାବରେ ଆମେ ଫକୀରମୋହନଙ୍କୁ ଗ୍ରହଣ କରୁଛେ। ତା’ହେଲେ ତାଙ୍କର ସୁପୁତ୍ର ହିସାବରେ ତାଙ୍କ ଜନ୍ମଦିନକୁ ପାଳନ କରିବାର ଅଧିକାର ଆମର ଅଛି ତ?  ତାଙ୍କର କିଞ୍ଚିତ୍‌ ଆଚରଣ ଆମେ ଭିତରେ ରହିବା ଦରକାର। ଓଡ଼ିଆ ଭାଷା ହଜାରେ ବର୍ଷର ପୁରୁଣା ଭାଷା ବୋଲି ଶାସ୍ତ୍ରୀୟ ମାନ୍ୟତା ପାଇଛି। ହେଲେ ପ୍ରାୟ ୧୫୦ ବର୍ଷ ତଳେ ଛପା ଅକ୍ଷର ସମ୍ଭବ ହୋଇଥିଲା। ଆଜି ଓଡ଼ିଆ ଭାଷା, ସାହିତ୍ୟ ପ୍ରଯୁକ୍ତିବିଦ୍ୟା ଓ ମୋବାଇଲ୍‌ ପାଇଁ ସଙ୍କଟରେ ବୋଲି ଯେଉଁମାନେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି, ସେମାନେ ଏହାକୁ ସଙ୍କଟ ଭାବେ ବିବେଚନା ନକରି ସମ୍ଭାବନା ଭାବେ ବିଚାର କରିବା ଦରକାର। ବିଜ୍ଞାନ ଓ କାରିଗରୀ କୌଶଳ ପାଇଁ କାଗଜ,କାଳି ତୁଳନାରେ ଆମେ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବା। ତେଣୁ ମୋବାଇଲ ପ୍ରତି ଆମେ ସମର୍ପଣ ନ ହୋଇ ଏହାକୁ ଆମର ନିୟନ୍ତ୍ରଣରେ ରଖିବାକୁ ହେବ ବୋଲି ସେ କହିଥିଲେ।  

ଜନ୍ମମାଟିରେ ଫକୀରମୋହନଙ୍କ ଜୟନ୍ତୀ ପାଳିତ

‘ଫକୀରମୋହନ ହେଉଛନ୍ତି ଆମ ଅସ୍ମିତାର ପରିଚୟ’
‘ବ୍ୟାସକବିଙ୍କ ସଂପୂର୍ଣ୍ଣ ଆତ୍ମଜୀବନୀ ପ୍ରକାଶିତ ହେଉ’

ସାହିତ୍ୟିକା ରାସେଶ୍ବରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ସଭାପତି ଡ. ସୁବାସ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଐତିହାସିକ ଲଲାଟେନ୍ଦୁ ଦାସମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକୀରମୋହନଙ୍କୁ ନେଇ ସୃଷ୍ଟି ହେଉଥିବା ଅନେକ ନକାରାତ୍ମକ କଥାନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଫକୀରମୋହନଙ୍କ ସଂପୂର୍ଣ୍ଣ ଆତ୍ମଜୀବନୀ ପ୍ରକାଶିତ ହୋଇନାହିଁ। ଫଳରେ ଲୋକମାନଙ୍କ ନିକଟରେ ତାଙ୍କ ସମ୍ପର୍କରେ ଅନେକ କଥା ଅକୁହା ରହିଯାଇଛି। ତାଙ୍କର ସଂପୂର୍ଣ୍ଣ ଜୀବନୀ ପ୍ରକାଶିତ ହେବାର ଆବଶ୍ୟକତା ରହିଛି। ଏନେଇ ଉଦ୍ୟମ ଜାରି ରହିଥିବା ବେଳେ କୋର୍ଟ କଚେରିରେ ମାମଲା ପାଇଁ ଏହା ଅଟକି ରହିଛି। ତାଙ୍କର ସଂପୂର୍ଣ୍ଣ ଜୀବନୀ ପ୍ରକାଶ ପାଇଁ ଉଦ୍ୟମ କରୁଥିବା ଶ୍ରୀ ଦାସମହାପାତ୍ର କହିଥିଲେ। ସାହିତ୍ୟିକା ରସେଶ୍ବରୀ ଦେବୀ ଲେଖାଲେଖି ସମସ୍ତଙ୍କ ଭିତରେ ଥାଏ,  କାଗଜକଲମ ଧରି ଉଖାରିଲେ ତାହା ବାହାରି ଆସେ ବୋଲି କହିଥିଲେ। 

 ସମ୍ପାଦକ ରତ୍ନାକର ସିଂ ସମ୍ପାଦକୀୟ ବିବରଣୀ, ସାହିତ୍ୟିକ ହରିଶ୍ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି, କାର୍ଯ୍ୟନିର୍ବାହୀ ସଦସ୍ୟ ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ବାନ କରିଥିବା ବେଳେ କୋଷାଧ୍ୟକ୍ଷ ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସାହିତ୍ୟ ବାହିକା’ ଉନ୍ମୋଚନ କରାଯାଇଥିଲା। ୨୪ ଜଣ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଫକୀରମୋହନଙ୍କ ଜନ୍ମମାଟି ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ସାହିତ୍ୟିକମାନେ ସାମିଲ ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe