ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

Indiaspend

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ କବାଟବନ୍ଧ ନୃସିଂହନାଥ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କୁ ବ୍ଲକ୍‌ ଶିକ୍ଷାଧିକାରୀ କାରଣଦର୍ଶାଅ ନୋଟିସ ଜାରି କରିବା ସହ ତାଙ୍କ ଦରମା ବନ୍ଦ କରିଛନ୍ତି। ସୂଚନା ମୁତାବକ, ୧୫ ତାରିଖ ଶନିବାର ଦିନ ପ୍ରଧାନଶିକ୍ଷକ ଶ୍ରୀ ବାରିକ ବିଭାଗୀୟ ଅଧିକାରୀଙ୍କ ଅଜାଣତରେ ତଥା ବିନା ଛୁଟି ନେଇ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ଏହାଛଡ଼ା ସେଦିନ ସଂପୃକ୍ତ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ରନ୍ଧା ଯାଇନଥିବା କିଛି ଅଭିଭାବକ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ମୁକୁନ୍ଦ ବିଦ୍ୟାପୀଠ କ୍ଲଷ୍ଟରର ସିଆରସିସି ନିଖିଲ ନାରାୟଣ ଦେ ତଦନ୍ତ କରି ବିଇଓଙ୍କୁ ରିପୋର୍ଟ ଦେଇଥିଲେ। ସିଆରସିସିଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିଇଓ ନିକୁଞ୍ଜ ବିହାରୀ ମହାନ୍ତି ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏସଂର୍ପକରେ ଏବିଇଓ ମାଣିକ ପ୍ରସାଦ ସଏଙ୍କ ସହ ଯୋଗଯୋଗ କରିବାରୁ, କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନୋଟିସ ଦିଆଯିବା ସହ ଦରମା ବନ୍ଦ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe