ମାନବିକତା ଦେଖାନ୍ତୁ; ନହେଲେ ପକେଟରେ ଧନ ଥିବ କିନ୍ତୁ ପେଟକୁ ଦାନା ନ ଥିବ: ସୁବ୍ରତ ବାଗଚୀ

ମାନବିକତା ଦେଖାନ୍ତୁ; ନହେଲେ ପକେଟରେ ଧନ ଥିବ କିନ୍ତୁ ପେଟକୁ ଦାନା ନ ଥିବ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସଂପ୍ରତି ସମଗ୍ର ଦେଶ ତଥା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ସତ୍ତ୍ୱେ ରାଜ୍ୟବାସୀ ଯେପରି କୌଣସି ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଫଳରେ ଅନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଟ୍ରକ ସାହାଯ୍ୟରେ ମାଲପରିବହନ ଜାରି ରହିଛି।

publive-image

ଲକ୍‌ଡାଉନ୍‌ ପାଇଁ ରାଜରାସ୍ତା ସବୁ ଜନଶୂନ୍ୟ ରହିଥିବା ବେଳେ ରାସ୍ତା କଡ଼ର ଢ଼ାବା ଓ ହୋଟେଲ ସବୁ ମଧ୍ୟ ବନ୍ଦ ରହିଛି। ଏପରିସ୍ଥିତିରେ ବି କିଛି ଟ୍ରକ ଚାଳକ ସେମାନଙ୍କ ନିଜ ଜୀବନକୁ ବାଜି ଲଗାଇ ଭୋକ ଓପାସରେ ରହି ଆମ ରାଜ୍ୟକୁ ମାଲ ପରିବହନ ଜାରି ରଖିଛନ୍ତି। ଏପ୍ରକାର ପରିସ୍ଥିତିରେ ରାଜ୍ୟବାସୀ ଭାବେ ଆମ ସମସ୍ତଙ୍କର ମଧ୍ୟ କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ସଂପୃକ୍ତ ଟ୍ରକ ଡ୍ରାଇଭରମାନଙ୍କ ପ୍ରତି ରହିଛି। ତେଣୁ, ରାଜରାସ୍ତା କଡ଼ରେ ରହିଥିବା ଗ୍ରାମ ବା ସହରର ଯଦି କୌଣସି ବାସିନ୍ଦା କୌଣସି ଭୋକିଲା ଟ୍ରକ ଚାଳକକୁ ଦେଖୁଛନ୍ତିି ତେବେ ତାଙ୍କୁ ତାଙ୍କୁ ନିଜର ଅତିଥି ବୋଲି ବିବେଚନା କରନ୍ତୁ। ମାନବିକତାର ନିଦର୍ଶନ ଦେଖାଇ ତାଙ୍କୁ ଗିଲାସେ ପାଣି ବା ସରବତ ଦେବା ସହ ତା’ ଭୋକିଲା ପେଟକୁ ଦାନା ଗଣ୍ଡାଏ ଦିଅନ୍ତୁ। ନଚେତ୍‌ ଟ୍ରକ୍‌ ଡ୍ରାଇଭର ଭାଇଟି ଯଦି ଭାଙ୍ଗି ପଡ଼ି ଟ୍ରକ ଚଳାଇବ ନାହିଁ ବା ମାଲ ପରିବହନ କରିବ ନାହିଁ; ତେବେ, ଆମ ସମସ୍ତଙ୍କ ପକେଟରେ ଟଙ୍କା ଥିବ ସତ, କିନ୍ତୁ ପେଟରେ ଦାନା ନଥିବ ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଏ ସନ୍ଦର୍ଭରେ ଶ୍ରୀ ବାଗଚୀ ବାଇବେଲର ଅବତାରଣା କରି କହିଛନ୍ତି ଯେ ମଣିଷ ଜାତି ସମ୍ମୁଖକୁ ଯେତେ ଯେତେ ବଧା ବିଘ୍ନ ଆସିଲେ ବି ତିନିଟି ଜିନିଷ ଅତୁଟ ରହିଥାଏ। ଆଉ ସେଗୁଡ଼ିକ ହେଲା ଆଶା, ବିଶ୍ୱାସ ଓ ଭଲପାଇବା। ତେଣୁ, ବର୍ତ୍ତମାନର ପରିସ୍ଥିତିରେ ଆମେ ଆମର ଆଶା ଓ ବିଶ୍ୱାସକୁ ଦୃଢ଼ କରିବା ସହ ପରସ୍ପରକୁ ଅଧିକରୁ ଅଧିକ ଭଲପାଇବା ଓ ସଙ୍କଟକୁ ଟାଳିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe