india today
ବାଲେଶ୍ବର/କୁଆମରା: ବାନ୍ଧବୀଙ୍କ ସହ ଅସଂଯତ ଅବସ୍ଥାରେ ଧରାପଡ଼ିବା ପରେ ଅନ୍ୟମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ଜଣେ କଲେଜ ଛାତ୍ରଙ୍କୁ ଅଟକ ରଖିଛି ଖୁଣ୍ଟା ପୁଲିସ। ଛାତ୍ର ଜଣକ ହେଲେ ବାଲେଶ୍ବର ରେମୁଣା ଅଞ୍ଚଳର ଅଭିଷେକ ପ୍ରଧାନ(୨୧)। ଅଭିଯୋଗ ଅନୁଯାୟୀ; ଯୁକ୍ତ ତିନିରେ ପାଠ ପଢ଼ୁଥିବା ଅଭିଷେକ ନିଜ କଲେଜର ଜଣେ ଛାତ୍ରୀଙ୍କ ସହ କୁଆମରା ଡାକବଙ୍ଗଳାରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ।
ଖବର ପାଇ କୁଆମରା ଅଞ୍ଚଳରେ ଥିବା ଛାତ୍ରୀଙ୍କ ସଂପର୍କୀୟ ଲୋକେ ତାଙ୍କୁ ନେଇ ଯାଇଥିବା ବେଳେ ଅଭିଷେକଙ୍କୁ ଲୋକେ ମାଡ଼ ମାରିଥିଲେ। ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଅଭିଷେକ ନିଜ ବ୍ୟାଗରୁ ଏକ ବନ୍ଧୁକ ବାହାର କରି ଲୋକଙ୍କୁ ଭୟଭୀତ କରିଥିଲେ। ତେବେ ଲୋକମାନେ ତାଙ୍କୁ କୌଣସିମତେ କାବୁ କରିନେଇ କୁଆମରା ଫାଣ୍ଡିରେ ଜିମା ଦେଇଥିଲେ। ପରେ ଖୁଣ୍ଟା ପୁଲିସ ଅଭିଷେକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଅଭିଷେକଙ୍କ ପାଖରୁ ବନ୍ଧୁକ, କ୍ୟାମେରା ଓ ଏକ ସ୍କୁଟି ଜବତ କରିଛି ପୁଲିସ।
Follow Us