ପ୍ରଦୂଷଣ ବିଭାଗର ତତ୍ପରତା: ଆର୍‌ଏସ୍‌ପି ସହରସେବା ବିଭାଗକୁ କାରଣଦର୍ଶାଅ ନୋଟିସ୍‌

ସୁନ୍ଦରଗଡ଼ ଜିଲ୍ଲବାସୀଙ୍କୁ ପ୍ରଦୂଷଣ ଚିନ୍ତା ଘାରିଛି। ଜିଲ୍ଲାର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି ସ୍ମାର୍ଟସିଟି ରାଉରକେଲା। ରାଉରକେଲା ଇସ୍ପାତ କାରଖାନା ସମେତ ଏହାର ଆଖପାଖ କଳକାରଖାନାରୁ ନିର୍ଗତ ଧୂଆଁ ପରିବେଶକୁ ପ୍ରଦୂଷିତ କରୁଥିବା ପ୍ରଦୂଷଣ ବିଭାଗ ପକ୍ଷରୁ କୁହାଯାଇଛି।

rsp

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲବାସୀଙ୍କୁ ପ୍ରଦୂଷଣ ଚିନ୍ତା ଘାରିଛି। ଜିଲ୍ଲାର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି ସ୍ମାର୍ଟସିଟି ରାଉରକେଲା। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ଏହାର ଆଖପାଖ କଳକାରଖାନାରୁ ନିର୍ଗତ ଧୂଆଁ ପରିବେଶକୁ ପ୍ରଦୂଷିତ କରୁଥିବା ପ୍ରଦୂଷଣ ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାର ରାଉରକେଲା ସମେତ ୭ ସହର ଅଧିକ ପ୍ରଦୂଷିତ। ପ୍ରଦୂଷଣସୃଷ୍ଟିକାରୀ କାରଖାନା ଓ ଅନୁଷ୍ଠାନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପ୍ରଦୂଷଣ ବିଭାଗକୁ ଦାଗିଦ୍‌ କରିଛନ୍ତି। ସରକାରଙ୍କ ତାଗିଦ୍‌ ପରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କାରଖାନାଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଲିଖିତ ଅଭିଯୋଗ ଆଧାର‌ରେ ଆଞ୍ଚଳିକ ଅଧିକାରୀ ନେତୃତ୍ବରେ ଗଠିତ ଟିମ୍‌ ଯାଞ୍ଚ କରିବା ପରେ ଆର୍‌ଏସ୍‌ପି ସହରସେବା ବିଭାଗକୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ୍‌ରେ ଦର୍ଶାଯାଇଛି।

ଇସ୍ପାତ ସହରାଞ୍ଚଳରେ ପ୍ଲାଷ୍ଟିକ୍‌, ଅଳିଆ ଆବର୍ଜନାକୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ପକା  ନଯାଇ ଏଣେତେଣେ ପକାଯାଉଛି। ଜଳାଯାଉଥିବା ପ୍ଲାଷ୍ଟିକରୁ ନିର୍ଗତ ବିଷାକ୍ତ ଧୂଆଁ ସହରରକୁ ଅଧିକ ପ୍ରଦୂଷିତ କରୁଛି। ଏଥିପ୍ରତି ଆର୍‌ଏସ୍‌ପି ସହରସେବା ବିଭାଗ ଯେତିକି ଯତ୍ନବାନ ହେବା କଥା, ତା’ ହେଉ ନଥିବା ପ୍ରଦୂଷଣ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି।

କେବଳ ଆର୍‌ଏସ୍‌ପି ସହରସେବା ବିଭାଗ ନୁହେଁ, ବଣାଇ ବ୍ଲକ ଅନ୍ତର୍ଗତ ଭାସ୍କର ଷ୍ଟିଲ ଆଣ୍ଡ ଫେରୋ, କୁଆରମୁଣ୍ଡାସ୍ଥ ଠାକୁର ପ୍ରସାଦ ସଏ ଓ ସାକମ୍ବରୀ ଷ୍ଟିଲ୍‌କୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ, କାରଖାନାକୁ ସିଲ୍‌ କରିଦେବାକୁ ନୋଟିସ୍‌ରେ ଦର୍ଶାଯାଇଛି। ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ନେତୃତ୍ବରେ ଯାଞ୍ଚ କମିଟି ଗଠନ ହୋଇଛି। 

ଟିମ୍‌ର ଅଧିକାରୀମାନେ ବିନା ସୂଚନାରେ ଅତର୍କିତ ବିଭିନ୍ନ କଳକାରଖାନାରେ ଚଢ଼ଉ କରୁଛନ୍ତି। ଯେଉଁମାନେ ପ୍ରଦୂଷଣ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଇଂ. ଅନୁପ ମଲ୍ଲିକ କହିଛନ୍ତି, ଆର୍‌ଏସ୍‌ପି ଟାଉନ୍‌ ସର୍ଭିସ ବିଭାଗ ସହ ଭାସ୍କର ଷ୍ଟିଲ, ଠାକୁର ପ୍ରସାଦ ସଏ ଓ ସାକମ୍ବରୀ ଷ୍ଟିଲକୁ ପ୍ରଦୂଷଣ ପାଇଁ କାରଣଦର୍ଶାଅ ନ‌ୋଟିସ୍‌ ଜାରି କରାଯାଇଛି। କାରଣଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନ ରଖିଲେ, କାରଖାନାଗୁଡ଼ିକୁ ସିଲ୍‌ କରିଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe