ଅଟୋମୋବାଇଲ ସୋ’ରୁମ ମାଲିକ ମାନୁ ନାହାନ୍ତି ସରକାରୀ ନିର୍ଦ୍ଦେଶ, ଏଚ୍ଏସ୍‌ଆରପି ନମ୍ବର ପାଇଁ ମାଗୁଛନ୍ତି ଅର୍ଥ

ଅଟୋମୋବାଇଲ ସୋ’ରୁମ ମାଲିକ ମାନୁ ନାହାନ୍ତି ସରକାରୀ ନିର୍ଦ୍ଦେଶ, ଏଚ୍ଏସ୍‌ଆରପି ନମ୍ବର ପାଇଁ ମାଗୁଛନ୍ତି ଅର୍ଥ

ଭଦ୍ରକ: ଭଦ୍ରକରେ ଅଟୋମୋବାଇଲ ସୋ’ ରୁମ ମାଲିକ ମାନୁ ନାହାନ୍ତି ସରକାରୀ ନିର୍ଦ୍ଦେଶ । ସରକାରୀ ନିର୍ଦେଶମତେ ଗାଡ଼ିରେ ହାଇ ସିକୁରୀଟି ନମ୍ବର ପ୍ଲେଟ ଲଗାଇବାକୁ  ଗାଡ଼ିର ମାଲିକଙ୍କୁ ସୋ’ରୁମରେ ଆଦୌ ଟଙ୍କା ଦିଆଯିବା କଥା ନୁହେଁ। କିନ୍ତୁ ସୋ’ରୁମ ପକ୍ଷରୁ ଅତିରକ୍ତ ଅର୍ଥ ଦାବି କରାଯାଉଛି। ଅର୍ଥ ନଦେଲେ ନମ୍ବରପ୍ଲେଟ ହାତରେ ଧରାଇଦେଇ ଗାଡ଼ି ମାଲିକଙ୍କ ବିଦା କରିଦେଉଛନ୍ତି । ଫଳରେ ବାଧ୍ୟହୋଇ ଲୋକେ ସୋ’ରୁମ ବାହାରେ ହାତରୁ ଟଙ୍କା ଖର୍ଚ୍ଚ କରି ସେମାନଙ୍କ ଗାଡ଼ିରେ ଲଗାଉଛନ୍ତି ହାଇ ସିକୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ।

ଏହି ଧରଣର ଏକ ଘଟଣା ଦେଖୀବାକୁ ମିଳିଛି ଭଦ୍ରକ ଛପୁଲିଆ ନିକଟରେ ଥିବାଏକ ବାଇକ ସୋ’ରୁମରେ । ଗୁରୁବାର ଦିନ ଶିବାନଦ ଦାସ ନାମକ ଜଣେ ସାମ୍ବାଦିକ ନିଜ ବୁଲେଟ ଗାଡିର ଏହି ନମ୍ବର ପ୍ଲେଟ ଲଗାଇବାକୁ ସୋ’ରୁମ ଯାଇଥିବାବେଳେ ତାଙ୍କୁ ନମ୍ବର ପ୍ଲେଟ ଧରାଇ ଦେଇ ଗାଡିରେ ଲଗାଇବାକୁ ୧୫୦ ଟଙ୍କା ଦାବି କରିଥିଲେ । ତେବେ ଏହି ନମ୍ବର ପ୍ଲେଟ ପାଇଁ ଗାଡ଼ିର ମାଲିକ ଅନ୍‌ଲାଇନ୍‌ ପଂଜିକରଣ ସମୟରେ ଫିଟ୍‌ମେଟ ଚାର୍ଜ ଦେଇଥିବା ବେଳେ, ଏହାକୁ ଗାଡ଼ି ସୋ’ରୁମରେ ଅଣଦେଖା କରାଯାଉଛି। ସରକାରୀ ନିର୍ଦେଶ ଅନୁସାରେ ଅତିରିକ୍ତ ଟଙ୍କା ଦିଆଯିବା ପାଇଁ ନିୟମ ନ ଥିବା ବେଳେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଅଗତ୍ୟା ଗାଡି ମାଲିକ ସେଠାରୁ ପଳାଇ ଆସି ବାହାରେ ଟଙ୍କା ଦେଇ ନିଜ ଗାଡିର ନମ୍ବର ପ୍ଲେଟ ଲଗାଇଥିଲେ । ପରେ ଏଥିନେଇ ଗାଡି ମାଲିକଙ୍କ ପକ୍ଷରୁ ଭଦ୍ରକ ଆରଟିଓ ଙ୍କୁ ଫୋନ ତଥା ଏସେଏମଏସ ରେ ଜଣାଇବା ପରେ ଆରଟିଓ ଏହାକୁ ଗୁରୁତର ଭାବେ ନେଇଥିବା ଜଣାପଡ଼ିଛି । ଏହି ସୋ’ରୁମ୍ ଉପରେ ଆରଟିଓଙ୍କ ପକ୍ଷରୁ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe