ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ସମାରୋହ

Advertisment
ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ସମାରୋହ

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ୩୧ତମ ଶ୍ରାଦ୍ଧୋତ୍ସବ ସାରଳାଭବନରେ ପାଳିତ ହୋଇଛି। ସମାରୋହକୁ ଡକ୍ଟର ଜଷ୍ଟିସ୍‌ ମଦନମୋହନ ଦାସ ଉଦ୍‌ଘାଟନ କରିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ବିଶିଷ୍ଟ ସାହିତ୍ୟିକା ଉର୍ମିଶ୍ରୀ ବେଦମାତା, କଥାଶିଳ୍ପୀ ସ୍ଵାଗତିକା ସ୍ୱାଇଁ, ଅସମୀୟା ସାହିତ୍ୟିକା ନିର୍ମାଲି ମହାନ୍ତ ଯୋଗ ଦେଇଥିଲେ। ସମାରୋହରେ ଗୋପୀନାଥଙ୍କ ରଚିତ ତଥା ‘ବିଦ୍ୟାପୁରୀ ଦ୍ବାରା ପ୍ରକାଶିତ ପୁନଃମୁଦ୍ରଣ ପୁସ୍ତକ ‘ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅସମୀୟା ଅନୁବାଦ ଗ୍ରନ୍ଥ ‘ପାହୋର ହୁବା ନାମଟୋ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

publive-image

ଉଦ୍‌ଘାଟକ ଡକ୍ଟର ଜଷ୍ଟିସ ଦାସ ସାରଳା ଦାସ, ଜଗନ୍ନାଥ ଦାସ ଓ ଫକିରମୋହନଙ୍କ ପରେ ଗୋପୀନାଥ ମହାନ୍ତି ଓଡ଼ିଆ ଜନଜୀବନର ସଫଳ ରୂପକାର ବୋଲି କହିଥିଲେ। ମୁଖ୍ୟ ଅତିଥି ଡକ୍ଟର ପଟ୍ଟନାୟକ, ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ମାଟିମଟାଳକୁ ଭାରତୀୟ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି ବୋଲି କହିଥିଲେ। ସମ୍ମାନିତ ଅତିଥି ସହଦେବ ସାହୁ ଗୋପୀନାଥଙ୍କୁ ନୃତାତ୍ତ୍ୱିକ, ସମାଜତାତ୍ତ୍ୱିକ ଓ ଜନଜାତିର ସାଂସ୍କୃତିକ ଗବେଷକ ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ଡକ୍ଟର ବେଦମାତା ଗୋପୀନାଥଙ୍କ ଗଦ୍ୟ ସାହିତ୍ୟ ଉପରେ ଆଲୋଚନା କରିଥିବା ବ‌େଳେ ସ୍ଵାଗତିକା ସ୍ଵାଇଁ ଗୋପୀନାଥଙ୍କ ‘ପରଜା ଉପନ୍ୟାସର ସମୀକ୍ଷା କରିଥିଲେ। ଅସମୀୟା ସାହିତ୍ୟିକା ନିର୍ମାଲି ମହାନ୍ତ, ଗୋପୀନାଥଙ୍କ ସାହିତ୍ୟ କୃତି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛି ବୋଲି କହିଥିଲେ। ସଭାପତି ଡକ୍ଟର ସ୍ୱାଇଁ କହିଥିଲେ ଯେ ଓଡ଼ିଆ ସାହିତ୍ୟରେ ପ୍ରଥମଥର ପାଇଁ ଗୋପୀନାଥଙ୍କ ଲେଖନୀରେ ଶାନ୍ତ, ସରଳ, ନିରୀହ ଆଦିବାସୀଙ୍କ ଜୀବନଗାଥା ରୂପାୟିତ ହୋଇଛି। ତାଙ୍କ ଆତ୍ମଜୀବନୀ ‘ସ୍ରୋତସ୍ୱତୀ ଭାରତୀୟ ସାହିତ୍ୟରେ ଏକ ଅନବଦ୍ୟ କୃତି।

ସଂସଦର ସଂପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଂଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ କବି ପ୍ରସନ୍ନ କୁମାର ଜେନା, ଡକ୍ଟର ନଟବର ଶତପଥୀ, ଡାକ୍ତର ନିମାଇଁ ଚରଣ ପରିଜା, ଡାକ୍ତର ସୁଦର୍ଶନ ପଟ୍ଟନାୟକ, ପ୍ରକାଶକ ଜୀବାନନ୍ଦ ମିଶ୍ର, ସାହିତ୍ୟିକ କେଶବ ଚନ୍ଦ୍ର ରାଉତରାୟ, ଗାଳ୍ପିକା ସୋହାଗିନୀ ବେହେରା, ଗୋପା ଦାସ, ଅନଙ୍ଗ ଦ୍ଵିବେଦୀ, କୈଳାସ ଚନ୍ଦ୍ର ଦଳାଇ ପ୍ରମୁଖ ଗୋପୀନାଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରାଣୀ ଦାସ, ବିଭୁପ୍ରସାଦ ରାଉତ, ବ୍ରଜକିଶୋର ବେଉରା ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe