ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

Advertisment
ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

argus news

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅକ୍ଷୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରିଥିଲା। ସେ କିଭଳି ଅର୍ଚ୍ଚନାଙ୍କ ସମ୍ପର୍କରେ ଆସିଲେ? କିଏ ତାଙ୍କୁ ଅର୍ଚ୍ଚନାଙ୍କ ସହ ମିଶାଇଥିଲା? ହନିଟ୍ରାପ୍ ପାଇଁ କିଏ ସହଯୋଗ କରିଥିଲେ? ଅକ୍ଷୟଙ୍କ ସହ ତାଙ୍କର କ’ଣ ସମ୍ପର୍କ? ଖଗେଶ୍ବର କିଭଳି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ? ତାଙ୍କର ସେଠାରେ କ’ଣ ଭୂମିକା ଥିଲା? ସେହିପରି ଆଉ କେଉଁ ବଡ଼ବଡ଼ିଆ ତାଙ୍କ ସମ୍ପର୍କରେ ଆସିଥିଲେ? ଶ୍ରଦ୍ଧାଞ୍ଜଳିଙ୍କୁ ଏମିତି ପୁଳାପୁଳା ପ୍ରଶ୍ନ କରାଯାଇଥିଲା। ଏହା ଛଡ଼ା ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଇଡି ଖୋଳତାଡ଼ କରିଥିଲା। ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ କରି ମାରାଥନ ଜେରା କରିଛି ଇଡି। ଇଡିର ପ୍ରଶ୍ନବାଣରେ ତିନିଜଣଯାକ ଥଳକୂଳ ପାଇନଥିଲେ।

ଏମିତିକି ଶ୍ରଦ୍ଧାଞ୍ଜଳି କାନ୍ଦି ପକାଇଥିଲେ ଏବଂ ସବୁ ସତ ଓଗାଳି ପକାଇଥିଲେ। ତିନିଜଣଙ୍କଠାରୁ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।
ଏଣେ ଇଡି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଗାଡ଼ି ସୋରୁମ୍ ମାଲିକ ଗଙ୍ଗାଧର ସାମଲ ଓ ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ବି ଜେରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe