ଝାରସୁଗୁଡ଼ା : ଏଠାରୁ ଏୟାର ଓଡ଼ିଶାର ପ୍ରଥମ ବିମାନ ଉଡ଼ାଣକୁ ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ପରେ ବିମାନଟି ରାୟପୁର ଅଭିମୁଖେ ଯାତ୍ରା କରିଥିଲା। ତେବେ ବିମାନର ପ୍ରଥମ ଯାତ୍ରୀ ଥିଲେ ବେହେରାମାଲ ଆଶ୍ରମ ସ୍କୁଲର ୭ ଜଣ ଛାତ୍ରଛାତ୍ରୀ ଓ ବୁରୋମାଲ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲର ଜଣେ ଦୃଷ୍ଟିବାଧିତ ଛାତ୍ରୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏମାନଙ୍କୁ ମାଗଣାରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ। ଶିକ୍ଷୟିତ୍ରୀ ଜୟନ୍ତୀ ଫୁଲଝରୀ, ଶିକ୍ଷୟିତ୍ରୀ ନମିତା ନାଥ, ଶିକ୍ଷକ ହେମନ୍ତ ଧରୁଆଙ୍କ ସହ ସତ୍ୟପ୍ରକାଶ ବାରିକ, ଜୋହନ୍ ନାୟକ, ଗୋପାଳ ବଗର୍ତ୍ତୀ, କବିତା ଓରାମ, ଲିପ୍ସା ବାଗ, ବନିତା ହେମରମ, ସ୍ୱପ୍ନା ରୋହିଦାସ, କଳ୍ପନା ଖାଡ଼ିଆ ବିମାନରେ ରାୟପୁରରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଧନା କରାଯାଇଥିଲା। ପହଞ୍ଚିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ ରାୟପୁର ସହରର ବିଭିନ୍ନ ସ୍ଥାନ ବସ୍ରେ ବୁଲାଇ ଥିଲେ। ଆସନ୍ତାକାଲି ସେମାନେ ଟ୍ରେନ୍ ଯୋଗେ ଝାରସୁଗୁଡ଼ା ଫେରିବାର କାର୍ଯ୍ୟକ୍ରମ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us