କଣ୍ଟିଲୋ : ଶ୍ରାବଣ ମାସ ପ୍ରଥମ ସୋମବାରରେ ନୀଳମାଧବ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର କାଉଡ଼ିଆ ନୀଳମାଧବ ପୀଠରେ ପ୍ରବାହିତ ମହାନଦୀ କୂଳ ଘାଟମାନଙ୍କରେ ବାଲୁକା ପୂଜା କରିବା ପରେ ଏଠାରୁ ପୂର୍ଣ୍ଣକଳସୀ ଜଳ ନେଇ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଛନ୍ତି। ଏଠାରୁ ଭୁବନେଶ୍ବରର ଲିଙ୍ଗରାଜ, ଶରଣକୁଳ ଲଡ଼ୁବାବା, ରାଉତପଡ଼ା ଶିବମନ୍ଦିର, ଚମ୍ପେଶ୍ବର ଚମ୍ପାନାଥ, ଢେ଼ଙ୍କାନାଳ କପିଳାସ ଆଦି ଶୈବପୀଠକୁ ବୋଲବମ୍ ଭକ୍ତମାନେ ଯାତ୍ରା କରିଥିବା ଜଣାପଡ଼ିଛି। ତେବେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼ ହେଉଥିବା ବେଳେ ମହାନଦୀ କୂଳ ଘାଟ ସବୁରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଗତମାସରେ ମହାନଦୀ କୂଳ ଘାଟରେ ଝିଅକୁ ବଞ୍ଚାଇବାକୁ ଯାଇ ଜଣେ ବାପା ମହାନଦୀରେ ବୁଡ଼ି ଯାଇ ପ୍ରାଣ ହରାଇଥିଲେ। ପ୍ରଶାସନ କୌଣସି ଅଘଟଣ ପାଇଁ ସଜାଗ୍ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।
ଶ୍ରାବଣ ମାସ ପ୍ରଥମ ସୋମବାର : ନୀଳମାଧବ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼
Advertisment
Follow Us