India Today
ପୁରୀ: ଆସନ୍ତାକାଲି ଫାଲ୍ଗୁନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସନ୍ଧ୍ୟା ୫ଟାରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଜୟ-ବିଜୟ ଦ୍ବାର ଓ ବେହରଣ ଦ୍ବାର ବନ୍ଦ ପରେ ରତ୍ନସିଂହାସନରେ ବିଜେ ଶ୍ରୀଜିଉଙ୍କୁ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ଏଣୁ ଆସନ୍ତାକାଲି(ବୁଧବାର) ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏହା ପରେ ସମୟ ଥିଲେ ଦର୍ଶନ ହେବ, ନଚେତ୍ ପରଦିନ ସକାଳୁ ଦର୍ଶନ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ କହିଛି।
Follow Us