ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜର ଉଦ୍‌ଘାଟନ ଆଜି: ପୁରୀ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

Advertisment
ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜର ଉଦ୍‌ଘାଟନ ଆଜି: ପୁରୀ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

Odisha News In English

ପୁରୀ: ଆସନ୍ତାକାଲି ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜର ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଗସ୍ତରେ ଆସି ଏହାର ଶୁଭ ଉଦ୍‌ଘାଟନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁ୍ତି ଶେଷ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କେ ବିଶାଲ ସିଂହ ଓ ଅନ୍ୟ ଅଧିକାରୀମାନେ ଆଜି ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ କ୍ୟାମ୍ପସ୍‌ ବୁଲି ଦେଖିବା ସହ ମେଡିକାଲ୍‌ ଅଧୀକ୍ଷକ ଓ ଅନ୍ୟମାନଙ୍କ ସହ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ଏ ଉପରେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ପରିସରରେ ଅଧୀକ୍ଷକ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମେଡିକାଲ୍‌ କଲେଜ କ୍ୟାମ୍ପସରେ ଅବତରଣ କରିବେ। ସେଠାରୁ କଲେଜ ପରିସରରେ ଆୟୋଜିତ ବୈଠକର ଯୋଗଦେବେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୫ଟାରେ କଲେଜ କ୍ୟାମ୍ପସରେ ପହଞ୍ଚିବେ। ଅଳ୍ପ ସମୟର ରହଣି ଭିତରେ ମୁଖ୍ୟମନ୍ତ୍ରୀ କଲେଜ କ୍ୟାମ୍ପସ ବୁଲିବା ସହ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କଲେଜ ପରିସରରେ ହେଲିକପ୍ଟର ଅବତରଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। କଲେଜ ପରିସରରେ ଥିବା ପଡ଼ିଆରେ ହେଲିକପ୍ଟର ଅବତରଣର ବ୍ୟବସ୍ଥା କରାଯାଇଛି।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜର ଶୁଭାରମ୍ଭ କରିବେ। ଏଥିସହ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ ଜଣାଇବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe