Holiday Resort Puri
ପୁରୀ: ସାମୁଦ୍ରିକ ବାତ୍ୟା ‘ଫନି’ ପରେ ଶ୍ରୀମନ୍ଦିରର ନୀଳଚକ୍ର କେମିତି ଅଛି, ତାହା ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ସନ୍ଧ୍ୟାରେ ନିଷ୍ପତ୍ତି ହୋଇଛି। ମାତ୍ର ଶ୍ରୀମନ୍ଦିର ଉପରକୁ ଚଢ଼ି ସିଧାସଳଖ ‘ନୀଳଚକ୍ର’ର ସ୍ଥିତି ଅନୁଧ୍ୟାନ କରାଯିବ ନାହିଁ ବୋଲି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ନୀଳଚକ୍ରର ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଡ୍ରୋନ ବ୍ୟବହାର ହେବ। ଡ୍ରୋନରୁ ଉଠାଯାଇଥିବା ଫଟୋ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରାଯିବ। ଡ୍ରୋନକୁ ପରିଚାଳନା କରିବା ପାଇଁ ଏହି କାମ ପାଇଁ ନିୟୋଜିତ ହେବାକୁ ଥିବା ସଂପୃକ୍ତ ଅଧିକାରୀଙ୍କୁ ପରିଚୟପତ୍ର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ବାତ୍ୟାରେ ଭାଙ୍ଗି ଯାଇଥିବା ଜୟବିଜୟ ମୂର୍ତ୍ତି ପଥରରେ ନିର୍ମିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ବାତ୍ୟାରେ ମୁଖ୍ୟ ମନ୍ଦିରର ସିଂହ ମୂର୍ତ୍ତି ଭାଙ୍ଗି ଯାଇଥିବାରୁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବାତ୍ୟା ପୂର୍ବରୁ ଭାରା ଖୋଲାଯାଇ ନଥିବାରୁ ସିଂହ ମୂର୍ତ୍ତି ଭାଙ୍ଗିଯାଇଛି। ଏଏସ୍ଆଇ ପକ୍ଷରୁ ଭାରା ଖୋଲା ନଯିବା ଘଟଣା ନେଇ କ୍ଷମା ମଗାଯାଇଛି।
Follow Us