ଶ୍ରୀମନ୍ଦିର ଭିତର ଫଟୋ ପୁଣି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌, ଭକ୍ତଙ୍କ ମନରେ ଲାଗିଲା ଆଘାତ

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ପୁଣି ଥରେ ଭାଇରାଲ ହୋଇଛି। ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ମନ୍ଦିର ବେଢାର ଫଟୋ ପୋଷ୍ଟ କରିଛନ୍ତି। ଫଟୋଟି ଏକ ପ୍ରଫେସନାଲ କ୍ୟାମେରାରେ ସୁଟ୍ କରାଯାଇଥିବା ଅନୁମାନ କରାଯାଉଛି। ତେବେ ସଂପୃକ୍ତ ଯୁବକ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ ଭକ୍ତମାନଙ୍କୁ ଗଭୀର ଆଘାତ ଲାଗିଛି।

ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ୨୦୨୨ରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ଖୁବ୍ ବିବାଦ ଦେଖା ଦେଇଥିଲା।

ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ମୋବାଇଲ୍ ମନା। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ନିର୍ଦେଶ ବି ଜାରି କରିଛି। କଡ଼ା କଟକଣା ସତ୍ତ୍ବେ ଜଣେ ପୁଲିସ ଅଧିକାରୀ ଶ୍ରୀମନ୍ଦିର ପ୍ରଶାସନର ଏହି ଆଇନକୁ ଭଙ୍ଗ କରିଥିଲେ। ଏହା ୨୦୧୮ ମସିହା ଅକ୍ଟୋବର ମାସର ଘଟଣା। ପୁଲିସ ବାବୁ ମହାଳୟା ଶ୍ରାଦ୍ଧ ପକାଇବା ସମୟରେ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଥିଲେ। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ସୋସିଆଲ ମିଡ଼ିଆରୁ ଶ୍ରୀମନ୍ଦିର ଫଟୋକୁ ଡିଲିଟ୍ କରିଦିଆଯାଇଥିଲା ସତ, କିନ୍ତୁ ଏହି ଭୁଲ ପାଇଁ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା। ତତ୍‌କାଳୀନ ପୁଲିସ ଡିଜିଙ୍କ ନିର୍ଦେଶକ୍ରମେ ପୁରୀ ଆରକ୍ଷୀ ଅଧିକ୍ଷକ  ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ସେହିପରି ୨୦୧୯ ମସିହା ନଭେମ୍ବର ମାସରେ ଶ୍ରୀମନ୍ଦିର ଆନନ୍ଦବଜାରରେ ମହାପ୍ରସାଦ ବିକ୍ରିର ଫଟୋ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe