ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାଲିଚାଲି ସମ୍ବଲପୁରରୁ ଶ୍ରୀକ୍ଷେତ୍ର, ୯ ଦିନରେ ୩୭୦ କିଲୋମିଟର ପାଦରେ ଚାଲିଲେ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାଲିଚାଲି ସମ୍ବଲପୁରରୁ ଶ୍ରୀକ୍ଷେତ୍ର, ୯ ଦିନରେ ୩୭୦ କିଲୋମିଟର ପାଦରେ ଚାଲିଲେ

ପୁରୀ : ମହାପ୍ରଭୁଙ୍କ ପ୍ରତି ଅଗାଢ଼ ବିଶ୍ବାସ, ଭକ୍ତିଭାବ ତଥା ଭଲ ପାଇବା ଥିଲେ ଅସାଧ୍ୟ ସାଧନ ପାଇଁ ଇଚ୍ଛାଶକ୍ତି ତଥା ସାହସ ମନରେ ଭରିଦିଏ। ଏହା ପ୍ରମାଣିତ କରି ଦେଖାଇଛନ୍ତି ସମ୍ବଲପୁରର ବିଲ୍‌ଡର ପ୍ରମୋଦ ରାଠି(୫୧)। ମହାପ୍ରଭୁଙ୍କ ଦର୍ଶନର କରିବାର ଇଚ୍ଛା ରଖି ସେ ସମ୍ବଲପୁରରୁ ଚାଲି ଚାଲି ଆସି ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। କୋଭିଡ୍‌ କଟକଣା ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ପାରିନଥିଲେ ବି ପତିତପାବନକୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଫୁଲମାଳ ଦେଇ ତାଙ୍କୁ ସ୍ବାଗତ କରାଯାଇଛି।

ପ୍ରମୋଦଙ୍କ ଘର ସମ୍ବଲପରୁର କ୍ଷେତରାଜପୁରରେ। ପେସାରେ ସେ ଜଣେ ବ୍ୟବସାୟୀ। ବିଲ୍‌ଡର ଭାବେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି। ସେ ଶ୍ରୀଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି। ହଠାତ୍‌ ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛା ତାଙ୍କ ମନରେ ଜନ୍ମିଥିଲା। ଏଥିପାଇଁ ଜୁଲାଇ ୧ରୁ ନିଜ ସହଯୋଗୀ ଦିନେଶ ସିଂଘାଣିଆଙ୍କ ସହ ସମ୍ବଲପୁର ସହରରୁ ଚାଲିବା ଆରମ୍ଭ କରିଥିଲେ ପ୍ରମୋଦ। ଦିନେଶ ଚାଲି ଚାଲି ଆସିନଥିଲେ ବି ପ୍ରମୋଦ ଚାଲି ଚାଲି ଆସିବା ସମୟରେ ସୁବିଧା ଅସୁବିଧା କଥା ବୁଝୁଥିଲେ। ଏ ଭିତରେ ଅନେକ ଘାତ ପ୍ରତିଘାତ ବି ପ୍ରମୋଦ ସହିଛନ୍ତି। ରାତିରେ ଯେଉଁଠି ପାଇଛନ୍ତି, ସେଠି ବିଶ୍ରାମ ନେଇଛନ୍ତି। ପ୍ରାୟ ୩୭୦ କିଲୋମିଟର ଅତିକ୍ରାନ୍ତ କରିବା ପରେ ୯ ଦିନରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପ୍ରମୋଦ ଅନେକ ଖୁସି ବ୍ୟକ୍ତ କରିଛନ୍ତି। ମହାପ୍ରଭୁଙ୍କ ସାଷ୍ଠାଙ୍ଗ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ତାଙ୍କ କଷ୍ଟକୁ ଦୂର କରି ଦେଇଛି। ଏତେ ବାଟ ଚାଲି ଚାଲି ଆସିଥିଲେ ବି ତାଙ୍କୁ ବାଟରେ ସେଭଳି କିଛି କଷ୍ଟ ଲାଗିନି ବୋଲି କହିଛନ୍ତି ପ୍ରମୋଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe