ଅଦିନରେ ରଥଯାତ୍ରା ପ୍ରସଙ୍ଗ; ଇସ୍କନ୍‌କୁ ଚିଠି ଲେଖିବ ଶ୍ରୀମନ୍ଦିର ପ୍ରଶାସନ: ମନ୍ତ୍ରୀ

ଇସ୍କନ୍‌ ପକ୍ଷରୁ ନଭେମ୍ବର ୯ ତାରିଖରେ ଆମେରିକାରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହାକୁ ନେଇ ସେବାୟତ, ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତିଥି ଓ ପରମ୍ପରା ଭାଙ୍ଗି ଇସ୍କନ୍‌ ଏଭଳି ରଥଯାତ୍ରା ଆୟୋଜନ କରିବାକୁ ଦୃଢ଼ ବିରୋଧ କରାଯାଇଛି।

ଇତିହାସ ପୃଷ୍ଠାରେ ରଥଯାତ୍ରା: ଗୁଣ୍ଡିଚା ମନ୍ଦିର ପାଖେ ରଥ ପହଞ୍ଚିବାକୁ ୬ଦିନ

ପୁରୀ: ଇସ୍କନ୍‌ ପକ୍ଷରୁ ନଭେମ୍ବର ୯ ତାରିଖରେ ଆମେରିକାରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହାକୁ ନେଇ ସେବାୟତ, ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତିଥି ଓ ପରମ୍ପରା ଭାଙ୍ଗି ଇସ୍କନ୍‌ ଏଭଳି ରଥଯାତ୍ରା ଆୟୋଜନ କରିବାକୁ ଦୃଢ଼ ବିରୋଧ କରାଯାଇଛି। ଅପରପକ୍ଷେ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଇସ୍କନ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଭାରତର ଇସ୍କନ୍‌ ମୁଖ୍ୟଙ୍କୁ ଚିଠି ଲେଖି ଶ୍ରୀମନ୍ଦିରରେ ଯେଉଁ ତିଥିରେ ରଥଯାତ୍ରା ଅନୁଷ୍ଠିତ ହେଉଛି, ସେହି ତିଥି ଓ ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ଅନୁରୋଧ କରିବ। ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ଆମେ ଏହି ଅନୁରୋଧପତ୍ର ପଠାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି; ଗଜପତି ମହାରାଜା, ଆଇନମନ୍ତ୍ରୀଙ୍କ ପକ୍ଷରୁ ଏଥର ଇସ୍କନ୍‌କୁ ଦୃଢ଼ ଚେତାବନୀ ଦିଆଯାଉ। ଯଦି ଇସ୍କନ୍‌ କର୍ତ୍ତୃପକ୍ଷ ଅମାନ୍ୟ କରୁଛନ୍ତି, ତାଙ୍କୁ ଅଣହିନ୍ଦୁ ସଂଗଠନ ବୋଲି ଘୋଷଣା କରାଯାଉ। 

ସୂଚନାଯୋଗ୍ୟ, ଇସ୍କନ୍‌ ବାରମ୍ବାର ଅଦିନରେ ରଥଯାତ୍ରା ଆୟୋଜନ କରି ବିବାଦ ଭିତରକୁ ଆସିଲାଣି। ଏ ନେଇ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଚିଠି ଲେଖି ଶ୍ରୀମନ୍ଦିର ତିଥି ଏବଂ ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ନିବେଦନ କରି ଆସୁଛନ୍ତି। କିନ୍ତୁ ଇସ୍କନ୍‌ କର୍ତ୍ତୃପକ୍ଷ ଏହାକୁ ହେୟଜ୍ଞାନ କରି ଚାଲିଛନ୍ତି। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ଇସ୍କନ୍‌ ହଷ୍ଟନ୍‌ ଶାଖା ପକ୍ଷରୁ ଆମେରିକାର ଲିଜିଅନ୍‌ ପାର୍କରେ ନଭେମ୍ବର ୯ରେ  ରଥଯାତ୍ରା ଆୟୋଜନ। କେବଳ ରଥଯାତ୍ରା ନୁହେଁ, ନଭେମ୍ବର ୩ରେ ସ୍ନାନଯାତ୍ରାର ବି ଆୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe