ଶ୍ରୀମନ୍ଦିର କ୍ୟାଲେଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

Advertisment

ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କ୍ୟାଲେଣ୍ଡର ଦେବାର୍ପଣ ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହାକୁ ଲୋକାର୍ପଣ କରିଛନ୍ତି।

ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କ୍ୟାଲେଣ୍ଡର ଦେବାର୍ପଣ ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହାକୁ ଲୋକାର୍ପଣ କରିଛନ୍ତି।

sddsxcf

ପୁରୀ: ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କ୍ୟାଲେଣ୍ଡର ଦେବାର୍ପଣ ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହାକୁ ଲୋକାର୍ପଣ କରିଛନ୍ତି। ଏଥିସହ ପ୍ରଥମଥର ପ୍ରକାଶ ପାଇଥିବା ଶ୍ରୀମନ୍ଦିର ସୁଦୃଶ୍ୟ ସୂଚନା ପୁସ୍ତିକା ମଧ୍ୟ ଲୋକାର୍ପଣ ହୋଇଛି। 

୨୦୨୫ ମହାବିଷୁବ ସଂକ୍ରାନ୍ତିଠାରୁ ୨୦୨୬ ରାମାଭିଷେକ ନୀତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀ ଓ ଯାନିଯାତ୍ରାର ସୂଚନା ଏହି କ୍ୟାଲେଣ୍ଡରରେ ସ୍ଥାନିତ ହୋଇଛି। ଶ୍ରୀମନ୍ଦିର ସେବକ ନିଯୋଗଗୁଡ଼ିକ ସମେତ ମୁକ୍ତିମଣ୍ଡପ ଏବଂ ରାଜ୍ୟର ପ୍ରମୁଖ ପାଞ୍ଜିକାରଙ୍କୁ ନେଇ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ପର୍ବପର୍ବାଣି ତିଥି ସ୍ଥିରୀକୃତ ହୋଇ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଛି।

ଏହି ଅବସରରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱାଲଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଓଡ଼ିଆ ନବବର୍ଷ ଅବସରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଦପଦ୍ମରେ ସମସ୍ତଙ୍କ  ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ରଗୁଡ଼ିକରେ ଏହି କ୍ୟାଲେଣ୍ଡର ଉପଲବ୍ଧ ହେବ। ଭକ୍ତମାନେ ନିର୍ଦ୍ଧାରିତ ଅର୍ଥ ଦେଇ କ୍ରୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe