ପୁରୀ: ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜାନୁଆରି ୧୨ ତାରିଖରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ମହାଯଜ୍ଞର ଆୟୋଜନ ପାଇଁ ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶ୍ରୀମନ୍ଦିର ପୁରୋହିତ ପରାମର୍ଶ ଦେବା ପରେ ଉତ୍ତର-ପୂର୍ବ କୋଣରେ ଉତ୍ତରପାର୍ଶ୍ବ ମଠ ଓ ଦୋଳବେଦି ମଝିରେ ଏକ ସ୍ଥାନ ଚିହ୍ନଟ ହୋଇଛି। ଚିହ୍ନଟ ସ୍ଥାନରେ ବର୍ଗାକାର ଧଳା ଦାଗ ଦେଇ ଏହି ଜାଗାକୁ ବିକଶିତ କରିବାର ଯୋଜନା ରହିଛି। ସୂଚନାଯୋଗ୍ୟ, ୨୦୨୪ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାର ୬ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ, ୬ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଜାନୁଆରି ୧୭ ତାରିଖରେ ଅପରାହ୍ଣ ସାଢ଼େ ଗୋଟାଏରୁ ୨ଟା ୨୫ ଭିତରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ ଓ ପରିକ୍ରମା ପ୍ରକଳ୍ପର ଫଳକ ଲୋକାର୍ପିତ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us