ନୂଆପଡ଼ାରେ ସଟ୍‌ଡାଉନ୍‌ କଡାକଡ଼ି, ଖରିଆର ରୋଡ଼ ଓ ନୂଆପଡ଼ା ଏନ୍‌ଏସିକି ବିଶୋଧନ କରାଗଲା

ନୂଆପଡ଼ାରେ ସଟ୍‌ଡାଉନ୍‌ କଡାକଡ଼ି, ଖରିଆର ରୋଡ଼ ଓ ନୂଆପଡ଼ା ଏନ୍‌ଏସିକି ବିଶୋଧନ କରାଗଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ସହରାଞ୍ଚଳ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଜିଲ୍ଲାରେ ସଟ୍‌ଡାଉନ୍‌ ଓ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ସ୍ଵଧାଦେବ ସିଂହ ଓ ଏସ୍‌ପି ରାହୁଲ ଜୈନ ଜିଲ୍ଲାବାସୀଙ୍କୁ ସଚେତନ କରିବା ସହିତ ନିବେଦନ କରିଛନ୍ତି। ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ସୂଚନା ଦେଇଛନ୍ତି।

ଶନିବାର ନୂଆପଡ଼ା ସଂପୂର୍ଣ୍ଣ ସଟ୍‌ଡାଉନ୍‌ ରହିଥିଲା। ରାସ୍ତାଘାଟ ଶୂନଶାନ ପଡ଼ିଥିଲା। କାଁ ଭାଁ କେତେକ ମାଲ ବୋଝେଇ ଯାନ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗତ ୧୬ ତାରିଖରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଖରିଆର ରୋଡ ସହରକୁ ସମ୍ପୂର୍ଣ ବନ୍ଦ କରାଯାଇଛି। ଏହା ସହିତ ଖରିଆର ମାର୍କେଟ ଏସୋସିଏସନ ମଧ୍ୟ ଗତ ୧୬ରୁ ୨୫ ତାରିଖ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରଖିଛି। ଜିଲ୍ଲା ପ୍ରଶାସନ ସିନାପାଲିକୁ କଣ୍ଟେଟମେଣ୍ଟ ଜୋନ ଘୋଷଣା କରିଛନ୍ତି। ନୂଆପଡ଼ା ଓ ଖରିଆରରୋଡ଼ ଓ ଖଡ଼ିଆଳ ଏନ୍‌ଏସି ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନ, ବଜାର ସ୍ଥାନ, ହବ୍ ଏରିଆ, ଦୋକାନ, ଏଟିଏମ୍, ବ୍ୟାଙ୍କ ଅଫିସ୍ ପରି ଅଗ୍ନିଶମ କାର୍ଯ୍ୟାଳୟ ଏବଂ ସମସ୍ତ ୱାର୍ଡକୁ ବିଶୋଧନ କରାଯାଉଛି। ଏହି ଦୁଇ ଏନ୍‌ଏସିର ବିଭିନ୍ନ ୱାର୍ଡକୁ ଏହି ଦୁଇଦିନ ସାନିଟାଇଜ କରାଯିବ ବୋଲି ନୂଆପଡା ଓ ଖରିଆର ଏନ୍‌ଏସି ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ କର୍ଣ୍ଣ ସୁନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe