ଭିଜିଲାନ୍ସ ଜାଲରେ ଶରଣକୁଳ ଏସ୍‌ଆଇ

Advertisment

ଆଜି ରାତିରେ ଏକ ମାମଲାରେ ଶରଣକୁଳ ପୁଲିସ ଏସ୍‌ଆଇ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

ଆଜି ରାତିରେ ଏକ ମାମଲାରେ ଶରଣକୁଳ ପୁଲିସ ଏସ୍‌ଆଇ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

sscscd

ଓଡ଼ଗାଁ: ଆଜି ରାତିରେ ଏକ ମାମଲାରେ ଶରଣକୁଳ ପୁଲିସ ଏସ୍‌ଆଇ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କଳିକୁ ନେଇ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କଲ୍ୟାଣପୁର ଗ୍ରାମର ଉତ୍ତମ ପ୍ରଧାନ ନିଜ ଝିଅ, ଜ୍ବାଇଁଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ନୟାଗଡ଼ ସଦରଥାନା ରାଉତରାପୁର ଗ୍ରାମର ନିରଞ୍ଜନ ଦାଶ ଓ ତାଙ୍କ ସ୍ତ୍ରୀକୁ ଶରଣକୁଳ ପୁଲିସ ଥାନାକୁ ଆଣି ଜ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେହି ମାମଲାରେ ନିରଞ୍ଜନଙ୍କ ଝିଅ ଆସନ୍ତାକାଲି କୋର୍ଟରୁ ବେଲ୍‌ କରିବା ପାଇଁ ଥାନାରୁ ସିଡି ରିପୋର୍ଟ ଦେବାକୁ ତଦନ୍ତକାରୀ ଥାନା ଏସ୍‌ଆଇ ରାଜେଶ କୁମାର ଶ୍ରୀଚନ୍ଦନ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଝିଅ ଏନେଇ ଭିଜିଲାନ୍ସକୁ ଜଣାଇବା ପରେ ପୂର୍ବ ଯୋଜନା ଅନୁଯାୟୀ ଆଜି ଥାନା ଏଏସ୍‌ଆଇ ରାଜେଶ କୁମାର ଶ୍ରୀଚନ୍ଦନଙ୍କୁ ପ୍ରଲେପଦିଆ ୪ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କୁ ଅଧିକ ତଦନ୍ତ ପାଇଁ ନିଜ ହେପାଜତରେ ଭୁବନେଶ୍ବର ନେଇଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ କେସ୍‌ ନଂ ୭/୨୦୨୫ୟୁ/ଏସ ୭ ଅଫ ପିସି ଆକ୍ଟ ୨୦୧୮ରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe