ବ୍ରହ୍ମପୁର: ବହୁଚର୍ଚ୍ଚିତ ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ବିଚାରାଧୀନ ଥିବା ବେଳେ ମାମଲାର ତଦନ୍ତ କରୁଥିବା ସିବିଆଇ ବ୍ରହ୍ମପୁରରୁ ଆଉ ଜଣେ ପରୀକ୍ଷାର୍ଥୀଙ୍କୁ ଡାକି ଜେରା କରିଛି। ସମ୍ପୃକ୍ତ ମହିଳାଜଣକ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗ ଅଧୀନ ଏକ ସଂସ୍ଥାରେ କର୍ମଚାରୀ ଥିବା ଜଣାଯାଇଛି। ଆଜି ଅପରାହ୍ଣରେ ସିବିଆଇର ୪ଜଣିଆ ଟିମ୍‌ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଉଠାଇ ଆଣିଥିଲେ। ଏକ ଅଜ୍ଞାତ ସ୍ଥାନରେ ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ଜେରା କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ମହିଳା ଜଣକ ପୂର୍ବରୁ ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ଜଣେ ପରୀକ୍ଷାର୍ଥୀଙ୍କ ସହ ସମ୍ପର୍କରେ ଥିଲେ। 

Advertisment

Horoscope 2026 January 31: ଜାଣନ୍ତୁ ଆଜିର ରାଶିଫଳ

ଚାରିଘଣ୍ଟା ଜେରା ପରେ ଛାଡ଼ିଲା, ମୋବାଇଲ୍‌ ଜବତ

ଉକ୍ତ ମହିଳାଜଣକ ନିଜେ ମଧ୍ୟ ପୁଲିସ ଏସ୍‌ଆଇ ପରୀକ୍ଷା ଲାଗି ଆବେଦନ କରିଥିଲେ। ୪ ଘଣ୍ଟା ଲମ୍ବା ଜେରା ପରେ ମହିଳାଙ୍କୁ ସିବିଆଇ ଛାଡ଼ିଥିଲା। ତେବେ ତାଙ୍କ ମୋବାଇଲ୍‌ ସିବିଆଇ ନେଇ ଯାଇଥିବା ଜଣାପଡ଼ିଛି। ଏପରିକି ମହିଳାଙ୍କୁ ବ୍ରହ୍ମପୁର ନ ଛାଡ଼ିବା ଲାଗି କୁହାଯାଇଛି। ପୂର୍ବରୁ ବ୍ରହ୍ମପୁର ପୁଲିସ ଏହି ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଜାମିନ ମିଳିଥିଲା। ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ପଞ୍ଚସଫ୍ଟ ଟେକ୍‌ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ଶଙ୍କର ପୃଷ୍ଟି, ସିଲିକନ୍‌ର ମାଲିକ ସୁରେଶ ନାୟକ, ଦଲାଲ୍‌ ଅରବିନ୍ଦ ଦାସ, ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ସାଗର କୁମାର ଗୌଡ଼, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ୍‌ ଅହମଦ ଖାନ୍‌ ଗିରଫ ହୋଇ ସାରିଛନ୍ତି। ସିବିଆଇ ଅନୁରୋଧକ୍ରମେ ମାମଲା ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଅଦାଲତରୁ ସ୍ବତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇସାରିଛି।

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ