ନୂଆଦିଲ୍ଲୀ: ବୁଲା କୁକୁର ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାରେ କୁକୁରପ୍ରେମୀ, କୁକୁରକାମୁଡ଼ାର ଶିକାର ବ୍ୟକ୍ତି, ପ୍ରାଣୀମାନଙ୍କ ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କର୍ମୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟ ମଧ୍ୟ ସମସ୍ତ ପକ୍ଷଙ୍କୁ ସପ୍ତାହକ ମଧ୍ୟ‌ରେ ଜବାବ ଦାଖଲ ପାଇଁ କହିଛନ୍ତି। 

Advertisment

Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ, କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ସ୍ଥାପନ ଏବଂ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନରୁ କୁକୁରଙ୍କୁ ବାହାର କରିବା‌ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ରାଜ୍ୟମାନେ ବିଫଳ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ଏହି ମାମଲାର ଶୁଣାଣି କରିବା ସମୟରେ ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଓ ଏନ୍‌ଭି ଅଞ୍ଜରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସେମାନେ ସମସ୍ତେ ପବନରେ ଘର ତୋଳୁଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ରାଜ୍ୟମାନେ ପଦ‌କ୍ଷେପ ଗ୍ରହଣ କରି ନ ଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସାମର ତଥ୍ୟ ଦେଖି କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ରାଜ୍ୟ‌ରେ କେବଳ ୨୦୨୪ରେ ୧.୬୬ ଲକ୍ଷ କୁକୁରକାମୁଡ଼ା ମାମଲା ରିପୋର୍ଟ କରାଯାଇଛି।

ଉଚିତ ପଦକ୍ଷେପ ଗ୍ରହଣ କରିନଥିବାରୁ ରାଜ୍ୟମାନଙ୍କ ଉପରେ ବର୍ଷିଲେ

 ୨୦୨୫ ଜାନୁଆରିରେ ରାଜ୍ୟରେ ୨୦,୯୦୦ ଲୋକ କୁକୁରକାମୁଡ଼ାର ଶିକାର ହୋଇଛନ୍ତି। ତେବେ ଏତେ କୁକୁରକାମୁଡ଼ା ମାମଲା ସତ୍ତ୍ବେ ରାଜ୍ୟରେ କାହିଁକି ଗୋଟିଏ ଡଗ୍‌ ସେଣ୍ଟର ରହିଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଆମିକସ୍‌ କ୍ୟୁରି ଗୌରବ ଅଗ୍ରୱାଲ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଆନ୍ଧ୍ରପ୍ରଦେଶରେ ୩୯ ଏବିସି ( ପ୍ରାଣୀ ଜନ୍ମନିୟନ୍ତ୍ରଣ) କେନ୍ଦ୍ର ରହିଛି। ପ୍ରତିଦିନ ଏଠାରେ ୧୬୧୯ କୁକୁରଙ୍କ ବନ୍ଧ୍ୟାକରଣ କରିବାର କ୍ଷମତା ରହିଛି।

Horoscope 2026 January 29: ଜାଣନ୍ତୁ ଆଜିର ରାଶିଫଳ

ଆମିକସ୍‌ କ୍ୟୁରି କହିଛନ୍ତି, ରାଜ୍ୟମାନେ ବିଦ୍ୟମାନ ସୁବିଧାଗୁଡ଼ିକର ଏକ ଅଡିଟ୍ କରିବା ଉଚିତ, ଯାହାଦ୍ୱାରା ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବ୍ୟବହୃତ ହେଉଛି କି ନାହିଁ ତାହାର ମୂଲ୍ୟାଙ୍କନ କରାଯାଇପାରିବ ଏବଂ ନୂତନ ଏବିସି କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯିବା ଉଚିତ। ରାଜ୍ୟକୁ ବୁଲା କୁକୁରଙ୍କୁ ଚିହ୍ନଟ କରିବା ପାଇଁ ସମ୍ପୃକ୍ତ ଅଂଶୀଦାରମାନଙ୍କଠାରୁ ସହାୟତା ନେବା ଉଚିତ। ଆମିକସ୍ କୋର୍ଟଙ୍କୁ ଆହୁରି କହିଛନ୍ତି ଯେ ଆସାମରେ ତିନୋଟି ନଗର ନିଗମ ଅଛି, ଯେଉଁଠାରୁ ପ୍ରୟାସ ଆରମ୍ଭ ହେବା ଉଚିତ।