ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଲୁକ୍‌ଆଉଟ୍ ସର୍କୁଲାର୍ ଜାରି

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି)ର ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ଉଭୟ ଶଙ୍କର ପୃଷ୍ଟି ଓ ଖାସ୍ ସହଯୋଗୀ ମୁନା ମହାନ୍ତି ବିରୋଧରେ ଲୁକ୍ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ବ୍ୟୁରୋ...

Untitled-7

Photograph: (https://orissadiary.com/)

କଟକ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି)ର ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ଉଭୟ ଶଙ୍କର ପୃଷ୍ଟି ଓ ଖାସ୍ ସହଯୋଗୀ ମୁନା ମହାନ୍ତି ବିରୋଧରେ ଲୁକ୍ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ବ୍ୟୁରୋ ଅଫ୍ ଇମିଗ୍ରେସନ୍‌କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଲା ଚାରି ଦିନ ତଳେ ଏ ନେଇ ଚିଠି ଲେଖାଯାଇଥିଲା। ଏହାଦ୍ବାରା ଦୁଇ ଅଭିଯୁକ୍ତ ଦେଶଛାଡ଼ି ବିଦେଶକୁ ଆଉ ଖସି ଯାଇପାରିବେ ନାହିଁ।

ସେପ୍ଟେମ୍ବର ୩୦ରେ ତିନୋଟି ବସରେ ଯାଉଥିବା ୧୧୪ ପ୍ରାର୍ଥୀଙ୍କୁ ମୁନା ହିଁ ଯୋଗାଡ଼ କରିନେଇଥିଲା। ପ୍ରାର୍ଥୀ ଯୋଗାଡ଼ ପଛରେ ମୁନା ମୁଖ୍ୟ କାର୍ପଟଦାର ଥିଲା। ବଣିକ ସମେତ ଅନ୍ୟ କେଉଁ ଶିକ୍ଷାନୁଷ୍ଠାନର କେତେ ପିଲା ଏହି ତାଲିକାରେ ଅଛନ୍ତି, ସେମାନଙ୍କ ତାଲିକା ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ। ପ୍ରାର୍ଥୀ ଯୋଗାଡ଼ କରିଥିବା ମୁନା ଓ ମଧ୍ୟସ୍ଥତା କରିଥିବା ଦଲାଲଙ୍କୁ ଖୋଜାଯାଉଛି।
ସେହିପରି ଗିରଫ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୋବାଇଲ୍ ଚାଟିଂ ଡିଲିଟ୍ ହୋଇଥିବାରୁ ଏଗୁଡ଼ିକ ପୁଣି ଥରେ କାଢ଼ିବାକୁ ଭୁବନେଶ୍ବର ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏଲ୍‌ଏଲ୍)କୁ ପଠାଯାଇଛି। ମୁନା ନିର୍ଦ୍ଦେଶରେ ଏଗୁଡ଼ିକ ବସ୍‌ ଭିତରେ ଡିଲିଟ୍ କରାଯାଇଥିଲା। ଏଥିସହିତ ଓପିଆର୍‌ବି ଏସ୍‌ପିଙ୍କୁ ଟେଣ୍ଡର ପ୍ରକ୍ରିୟା ନେଇ ଘନଘନ ଜେରା କରୁଛି।

ଅନ୍ୟପଟେ ଏହି ଘଟଣାରେ ଶଙ୍କର, ମୁନା ଓ ଅନ୍ୟ ସହଯୋଗୀଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଏଥିରେ ଥିବା ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଶଙ୍କର ଧରାପଡ଼ିଲେ ତା ବୟାନ ଆଧାରରେ ସିଲିକନ୍ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଓପିଆର୍‌ବିର ଏସ୍‌ପି, ଆଇଟିଆଇ, ସିଲିକନ୍‌, ବଣିକର ଅଧିକାରୀଙ୍କୁ ପଚରାଉଚରା କରାଯାଇଛି। ଗିରଫ ପ୍ରାର୍ଥୀଙ୍କ ଅଭିଭାବକଙ୍କୁ ସୋମବାର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା କରାଯାଇଛି। ସମସ୍ତ ପ୍ରାର୍ଥୀଙ୍କ ଅସଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କ ପ୍ରମାଣପତ୍ର ଦଲାଲଙ୍କ ନିକଟରେ ପୂର୍ବରୁ ଦାଖଲ କରାଯାଇଥିବାରୁ କ୍ରାଇମବ୍ରାଞ୍ଚରେ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। 

ସେହିଭଳି ପ୍ରଶ୍ନପତ୍ର କେଳେଙ୍କାରୀରେ ସାମିଲ ଥିବା ପୁରୁଣା ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରୁଛି। ଦିଲ୍ଲୀ, ବିହାର ପୁଲିସ ସହିତ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି। ଶଙ୍କର ଗ୍ୟାଙ୍ଗ ବିରୋଧରେ ଉକ୍ତ ରାଜ୍ୟରେ କୌଣସି କେଳେଙ୍କାରୀ ଅଭିଯୋଗ ରହିଛି କି ନାହିଁ, ସେ ନେଇ ତଥ୍ୟ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe